Below header

ଗୁରମିତ୍‌ ଚୌଧୁରୀ ସେୟାର କଲେ ନିଜ କୁନି ରାଜକୁମାରୀର ପ୍ରଥମ ଭିଡିଓ…ଆଶୀର୍ବାଦ କଲେ ଲୋକେ

ଟିଭି ଅଭିନେତା ଗୁରମିତ୍‌ ଚୌଧୁରୀ ଓ ଦେବିନା ବାନାର୍ଜୀ ନିକଟରେ ବାପା, ମାଆ ହୋଇଛନ୍ତି। ଦେବିନା ୩ ଏପ୍ରିଲରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଏବେ ଗୁରମିତ୍‌ ସୋସିଆଲ ମିଡିଆରେ କୁନି ଝିଅର ପ୍ରଥମ କ୍ୟୁଟ୍‌ ଭିଡିଓ ସେୟାର କରିଛନ୍ତି। ଯଦିଓ ଏଥିରେ ସେ ଝିଅର ଚେହେରା ଦେଖାଇ ନାହାନ୍ତି, କିନ୍ତୁ ତା’ ସହିତ ଖେଳୁଥିବାର ନଜର ଆସୁଛନ୍ତି। ଏହି ଭିଡିଓରେ ଦୁଇଜଣଙ୍କ ଭିତରୁ କାହାର ବି ମୁହଁ ଦେଖାଯାଉ ନାହିଁ। କେବଳ ଗୁରମିତ୍‌ ଓ କୁନି ଝିଅର ହାତ ହିଁ ନଜର ଆସୁଛି।

ଭିଡିଓ ଦେଖି ଫ୍ୟାନମାନେ ଝିଅକୁ ବହୁତ ଭଲ ପାଇବା ଦେଇଛନ୍ତି। ଜଣେ ଫ୍ୟାନ କମେଣ୍ଟରେ ଲେଖିଛନ୍ତି, ‘ଭଗବାନ ଆପଣଙ୍କ କୁନି ରାଜକୁମାରୀକୁ ସବୁବେଳେ ରକ୍ଷା କରନ୍ତୁ’। ଅନ୍ୟ ଜଣେ ଲେଖିଛନ୍ତି, ‘କେତେ ଛୋଟ କ୍ୟୁଟ୍‌ ହାତ’। ଏହି ଭିଡିଓରେ ଗୁରମିତ୍‌ କ୍ୟାପସନରେ ଲେଖିଛନ୍ତି, ‘ମୋ କୁନି ରାଜକୁମାରୀ’।

କହି ରଖୁଛୁ ଯେ ଗୁରମିତ୍‌ ଯେତେବେଳେ ସ୍ତ୍ରୀ ଓ ଝିଅକୁ ହସ୍ପିଟାଲରୁ ଘରକୁ ଆଣିଥିଲେ, ତ ସେମାନଙ୍କୁ ଜୋର୍‌ଦାର ସ୍ୱାଗତ କରିଥିଲେ। ସେ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ଗୋଲାପି ରଙ୍ଗ ଥିମ୍‌ ଥିବା ଏକ ଛୋଟ ବେବି ହାଉସ୍‌ ଦେଖିବାକୁ ମିଳିଥିଲା।

ଏହି ହାଉସ୍‌କୁ ପିଙ୍କ୍‌ ଏବଂ ହ୍ଵାଇଟ୍‌ ରଙ୍ଗର ବେଲୁନରେ ସଜା ଯାଇଥିଲା। ତାହା ଉପରେ ଲେଖା ଯାଇଥିଲା, ‘େଓ୍ଵଲକମ୍‌ ହୋମ୍‌ ବେବି’। ଏହା ବ୍ୟତୀତ ଗୁରମିତ୍‌ କିଛି ଫଟୋ ମଧ୍ୟ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ଓ ଦେବିନା ବେବିର େଓ୍ଵଲ୍‌କମ କେକ୍‌ ପାଖରେ ବସିଥିବାର ନଜର ଆସିଥିଲେ। କହି ରଖୁଛୁ, ଗୁରମିତ୍‌ ଓ ଦେବିନା ୧୧ ବର୍ଷ ପରେ ବାପା, ମାଆ ହୋଇଛନ୍ତି।

 

View this post on Instagram

 

A post shared by Gurmeet Choudhary (@guruchoudhary)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.