ଟ୍ରେଡ଼ ଡିଲ ସେଲିବ୍ରେସନ ପାଇଁ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ମୋଦିଙ୍କ ପାଇଁ ତିଆରି କଲେ ଗୁଆ ଘିଅ ଖେଚୁଡ଼ି

ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ତାଙ୍କର ନୂଆ ଇନଷ୍ଟାଗ୍ରାମ ଆଇଡିରେ ନିଜେ ରୋଷେଇ କରି ଫଟୋ ସେୟାର କରିଛନ୍ତି। ତାହା ପୁଣି ନିଜ ପାଇଁ ନୁହେଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ସେ ନିଜେ ମୋଦିଙ୍କ ପସନ୍ଦ ଗୁଆ ଘିଅ ଖେଚୁଡ଼ି ରୋଷେଇ କରିଛନ୍ତି। ଯାହା ତାଙ୍କ ଭାରତୀୟ ଖାଦ୍ୟ ପାଇଁ ଥିବା ଭଲପାଇବା ଓ ରୋଷେଇ କରିବାର ଦକ୍ଷତାକୁ ପୁଣି ଥରେ ପ୍ରମାଣିତ କରିଛି।

 

 

View this post on Instagram

 

A post shared by Scott Morrison (@scottmorrisonmp)

ସେ ଏହି ପୋଷ୍ଟର କ୍ୟାପସନରେ ଲେଖିଛନ୍ତି ଯେ ଭାରତ ସହ ଆମର ନୂତନ ବାଣିଜ୍ୟ ଚୁକ୍ତିନାମା ପାଳନ କରିବା ପାଇଁ ମୁଁ ଆଜି ରାତିରେ ମୋଦିଙ୍କ ମନ ପସନ୍ଦର ଖାଦ୍ୟ ରାନ୍ଧିବା ପାଇଁ ପସନ୍ଦ କରିଥିଲି। ମୋର ପ୍ରିୟ ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁଜୁରାଟର ପ୍ରିୟ ଖାଦ୍ୟ ହେଉଛି ଖେଚୁଡି। ତେବେ ଗତ ସପ୍ତାହରେ ଭାରତ ଏବଂ ଅଷ୍ଟ୍ରେଲିଆ ଉଭୟ ଦେଶର ପ୍ରଧାନମନ୍ତ୍ରୀ, ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ତାଙ୍କ ପ୍ରତିପକ୍ଷ ଡାନ ତେହାନ ଏକ ଭର୍ଚୁଆଲ ସମାରୋହରେ ଯୋଗଦେଇ ଭାରତ ଅଷ୍ଟ୍ରେଲିଆ ବାଣିଜ୍ୟ ଚୁକ୍ତିନାମା କରିଥିଲେ।

ତେଣୁ ଖୁସି ହୋଇ ମୋରିସନ୍ ମୋଦିଙ୍କ ପାଇଁ ରୋଷେଇ କରିଥିଲେ। କାରଣ ଭାରତ ସହିତ ଏହି ଚୁକ୍ତିନାମା ସ୍ୱାକ୍ଷର କରିବା ତାଙ୍କ ପାଇଁ ସବୁଠାରୁ ବଡ଼ ଲାଭ ହେବ ବୋଲି ସେ କହିଛନ୍ତି। ଏହି ଚୁକ୍ତି ଦ୍ଵାରା ଦୁଇ ଦେଶର ସମ୍ପର୍କ ମଧ୍ୟ ଭଲ ରହିବ। କାରଣ ବ୍ୟବସାୟ ବାଣିଜ୍ୟରେ ଅଷ୍ଟ୍ରେଲିଆ ଭାରତର ୧୭ ତମ ବୃହତ ଟ୍ରେଡିଂ ପାର୍ଟନର ରହିଆସିଛି।

ପ୍ରଧାନମନ୍ତ୍ରୀ ମୋଦି ପୂର୍ବରୁ ମଧ୍ୟ ଅନେକ ସାକ୍ଷାତକାରରେ ତାଙ୍କର ଖେଚୁଡ଼ି ପ୍ରତି ଥିବା ଦୁର୍ବଳତା ବିଷୟରେ କହିଥିଲେ। ଯାହାକୁ ନଜରରେ ରଖି ମୋରିସନ ସୁଧ ଦେଶୀ ଘିଅ, ଅରୁଆ ଚାଉଳ ଓ ସବୁଜ ପନିପରିବାରେ ମୋଦିଙ୍କ ପାଇଁ ରୋଷେଇ କରିଥିଲେ। ତେବେ ଏହା ପ୍ରଥମଥର ନୁହେଁ, ଅନେକ ଥର ମୋରିସନ ନିଜ ସୋସିଆଲ ମିଡିଆରେ ଅନେକ ଭାରତୀୟ ଖାଦ୍ୟ ରୋଷେଇ କରି ଫଟୋ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟକୁ ପ୍ରାୟ ୨୧ ହଜାର ୪୯୯ ଲୋକ ଲାଇକ କରିଛନ୍ତି।

Leave A Reply

Your email address will not be published.