ଆଜି ବି ପ୍ରତି ସପ୍ତାହରେ ଜ୍ୟାକି ଶ୍ରଫ୍‌ ଯାଆନ୍ତି ତାଙ୍କର ପୁରୁଣା ଝୁମ୍ପୁଡି ଘରକୁ, ଯେଉଁଠି ୧୦ ଫୁଟର ଘରେ ରହୁଥିଲେ ପୂରା ପରିବାର

ଅତୀତକୁ ଭୁଲିଗଲେ ଅସ୍ତିତ୍ୱ ହିଁ ସଂଗ ଛାଡିଦିଏ । ଏହାହିଁ ଜୀବନର ମୂଳ ମନ୍ତ୍ର ଓ ମୂଳ ତତ୍ତ୍ୱ । ବେଳେ ବେଳେ ବ୍ୟକ୍ତି ଜୀବନର ଶିଖରକୁ ଗଲେ ତା’ର ପଛ କଥା ଭୁଲିଯାଏ । ହେଲେ ଏମିତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯିଏ ଜୀବନର ଯେତେ ଶୀର୍ଷକୁ ଗଲେ ମଧ୍ୟ ତାଙ୍କର ଅତୀତକୁ ଭୁଲି ଯାଇ ନଥାନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଲେ ବଲିଉଡର ଖ୍ୟାତନାମା ଅଭିନେତା ଜ୍ୟାକି ସ୍ରଫ । ଜ୍ୟାକି ଶ୍ରଫ୍‌ ବଲିଉଡର ଆଲିଶାନ ବଙ୍ଗଳାରେ ରହୁଥିଲେ ହେଁ ଏଯାଏ ଭୁଲି ପାରିନାହାଁନ୍ତି ତାଙ୍କର ଅତୀତକୁ ।

ସେ ପ୍ରତି ସପ୍ତାହରେ ଆଜି ବି ଯାଆନ୍ତି ମୁମ୍ବାଇର ଏକ ବସ୍ତିରେ ଥିବା ତାଙ୍କର ପୁରୁଣା ଘରକୁ । ତାଙ୍କ ପିତା ଗୁଜୁରାଟି ଥିବା ବେଳେ ମା’ କଜାକିସ୍ତାନ ତୁର୍କିର ଥିଲେ । ଜ୍ୟାକି ଶ୍ରଫ୍‌ ଙ୍କ ଜନ୍ମ ୧ ଫେବ୍ରୁଆରୀ ୧୯୫୭ ମସିହାରେ ମୁମ୍ବାଇରେ ହୋଇଥିଲା । ତାଙ୍କର ପ୍ରକୃତ ନାମ ଥିଲା ଜୟ କିଶାନ କାକୁଭାଇ । ଜ୍ୟାକି ଶ୍ରଫ୍‌ ଙ୍କ ଦୁଇ ଭାଇ ଥିବାବେଳେ ବଡ଼ ଭାଇଙ୍କର ମୃତ୍ୟୁ ମାତ୍ର ୧୭ ବର୍ଷ ବୟସରେ ସମୁଦ୍ରରେ ବୁଡି ଯିବା କାରଣରୁ ହୋଇଥିଲା ।

ବଡ଼ ଭାଇଙ୍କ ମୃତ୍ୟୁ ପରେ ଜ୍ୟାକିଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଘଟିଥିଲା । ସେ ସର୍ବଦା ଭୟରେ ଜୀବନ କାଟୁଥିଲେ । ଜ୍ୟାକିଙ୍କ ବାଲ୍ୟ ଜୀବନ ବହୁତ ସଂଘର୍ଷପୂର୍ଣ୍ଣ ଥିଲା । ଜ୍ୟାକିଙ୍କ ମା’ ଅନ୍ୟ ଘରେ କାମ କରି ଜ୍ୟାକିଙ୍କ ଟ୍ୟୁସନ ଫି ଭରୁଥିଲେ । ଜ୍ୟାକିଙ୍କ ବାପା ଥିଲେ ଜଣେ ଜ୍ୟୋତିଷ । ଜ୍ୟାକି ଶ୍ରଫ୍‌ ଙ୍କ ପୁରା ପରିବାର ମୁମ୍ବାଇ ମଲବାର ହ୍ଵିଲ ତିନ ବତୀ ଏରିଆରେ ଏକ ୧୦x୧୦ ଘରେ ରହୁଥିଲେ । ଯେଉଁ ସ୍ମୃତି ଆଜି ବି ଜ୍ୟାକିଙ୍କୁ ଅସ୍ତବ୍ୟସ୍ତ କରିପକାଏ ।

ତେଣୁ ସେ ତାଙ୍କର ପିଲା ଦିନର ସ୍ମୃତିକୁ ତାଜା କରିବା ପାଇଁ ପ୍ରତି ସପ୍ତାହରେ ଅତି କମରେ ଦୁଇ ଦିନ ସେହି ଝୁମ୍ପୁଡି ଘରକୁ ଯାଇଥାନ୍ତି । ଜ୍ୟାକି ଶ୍ରଫ୍‌ ତାଙ୍କ କ୍ୟାରିଅର ମଡେଲିଂରୁ ଆରମ୍ଭ କରିଥିବା ବେଲେ ଫିଲ୍ମରେ ତାଙ୍କୁ ପ୍ରଥମେ ସୁଯୋଗ ଦେଇଥିଲେ ଦେବାନନ୍ଦ । ଜ୍ୟାକି ସୁବାସ ଘାଇଙ୍କ ଫିଲ୍ମ ‘ହିରୋ’ ରୁ ତାଙ୍କର ସଫଳତା ପାଇଥିଲେ ହେଁ ଦେବାନନ୍ଦଙ୍କ ସହ ଫିଲ୍ମ ‘ହିରା ପନ୍ନା ଓ ସ୍ୱାମୀ ଦାଦାରେ ନଜର ଆସିଥିଲେ । ଜ୍ୟାକି ବହୁ ଫିଲ୍ମ ପୁରସ୍କାର ପାଇଥିଲେ ମଧ୍ୟ ୧୯୯୦ ମସିହାରେ ଫିଲ୍ମ ‘ପରିନ୍ଦା’ ପାଇଁ ସର୍ବଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.