Below header

ଡିପ୍ରେସନରୁ ଫେରିଥିବା ୟୋ ୟୋ ହନି ସିଂହଙ୍କ ଉପରେ ପ୍ରସ୍ତୁତ ହେଲା ଗୀତ, ୩ ଦିନରେ ୧୨ ଲକ୍ଷ ଥର ଦେଖାଗଲାଣି ଭିଡିଓ

ୟୋ ୟୋ ହନି ସିଂହ ନିଜ କ୍ୟାରିୟରରେ ଅନେକ ସଫଳ ଚାର୍ଟବଷ୍ଟର୍ସ ଦେଇଛନ୍ତି ଯାହା ଲମ୍ବା ସମୟ ଧରି ଦର୍ଶକଙ୍କ ହ୍ରଦୟରେ ରାଜ କରିଆସିଛି ଏବଂ ପାର୍ଟି ଗୀତ ଭାବେ ପ୍ରମାଣିତ ହୋଇଛି। ସଂଗୀତର ଷ୍ଟାରଡମ ଲକ୍ଷ୍ୟ କରି ଏବେ ତାଙ୍କ ଉପରେ ଗୀତ ପ୍ରସ୍ତୁତ କରାଯାଇଛି।

ଆର ଏସ ଚୌହାନଙ୍କ ଦ୍ବାରା ନିକଟରେ ରିଲିଜ କରାଯାଇଥିବା ଗୀତ ‘ୟୋ ୟୋ’ ଏକ ବହୁତ ମଜାଦାର ଗୀତ ଅଟେ।
ୟୋ ୟୋ ହନି ସିଂହ ଏହି ଗୀତ ବିଷୟରେ ଶୁଣି ଆଶ୍ଚର‌୍ୟ୍ୟଚକିତ ହୋଇଯାଇଥିଲେ ଏବଂ ସୋସିଆଲ ମିଡିଆରେ ଗାୟକଙ୍କୁ ଧନ୍ୟବାଦ ଦେଇଛନ୍ତି।

ଇଣ୍ଡିଆନ ମ୍ୟୁଜିକ ଇଣ୍ଡଷ୍ଟ୍ରୀରେ ସଫଳତାର ଚରମକୁ ପହଁଚିବାକୁ ଯାଉଥିବା ୟୋ ୟୋ ହନି ସିଂହ ନିଶାରେ ଚୁର ହେବା ସହିତ ପ୍ରଥମ ଥର ଫ୍ଲପ ଗୀତର ସାମ୍ନା କରିବାକୁ ପଡିଥିଲା। ସେ ଗଭୀର ଡିପ୍ରେସନକୁ ଚଲିଯାଇଥିଲେ। କିନ୍ତୁ ଲମ୍ବ ସମୟ ଧରି ଖରାପ ସମୟ ସହିତ ଲଢ଼େଇ କରୁଥିବା ହନି ପୁଣି ଥରେ ଲୋକଙ୍କ ସାମ୍ନାକୁ ଆସୁଛନ୍ତି।

ନିଜର କମବ୍ୟାକ୍ ଗୀତ ‘ମଖନା’ ସହିତ ୟୋ ୟୋ ହନି ସିଂହ ପୁଣି ଥରେ ନିଜର ଜାଦୁ ଦେଖାଇବାରେ ସଫଳତା ପାଇଲେ। ଯାହାଦ୍ବାରା ଦୁନିଆ ସାରା ଭଲ ପ୍ରତିକ୍ରୀୟା ପାଇ ୟୁଟ୍ୟୁବରେ ଗୀତକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ବର୍ତ୍ତମାନ ହନିସିଂହ ନିଜର ଆଗାମୀ ଗୀତ ପାଇଁ ପ୍ରସ୍ତୁତ ହେଉଛନ୍ତି ଏବଂ ତାଙ୍କର ଫ୍ୟାନ୍ସ ମାନେ ଗୀତକୁ ଅପେକ୍ଷା କରି ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.