ହନି ସିଂହଙ୍କ ବାପାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ କଲେ ପତ୍ନୀ ଶାଳିନୀ, କହିଲେ-‘ଡ୍ରେସ୍‌ ବଦଳାଇବା ବେଳେ ଖରାପ ଢଙ୍ଗରେ ସ୍ପର୍ଶ କରୁଥିଲେ’

ଲୋକପ୍ରିୟ ସିଙ୍ଗର ତଥା ରାପର ହନି ସିଂହ ଏବେ ବିବାଦ ଘେରରେ ଫସିଛନ୍ତି। ତାଙ୍କ ପତ୍ନୀ ଶାଳିନୀ ତାଙ୍କ ବିରୋଧରେ ଶାରୀରିକ ନିର୍ଯାତନା, ଯୌନ ହିଂସା, ମାନସିକ ଉତ୍ପୀଡ଼ନ ଓ ଯୌତୁକ ନିର୍ଯାତନା ଆଦି ନେଇ ଅଭିଯୋଗ କରିଛନ୍ତି। ପତ୍ନୀଙ୍କର ଏହି ଅଭିଯୋଗ ପରେ ହନିଙ୍କ ୧୦ ବର୍ଷର ସମ୍ପର୍କ ଉପରେ ପ୍ରଶ୍ନ ଉଠିଛି।

ତେବେ ବର୍ତ୍ତମାନ ଶାଳିନୀ ହନିଙ୍କ ବାପା ତଥା ତାଙ୍କ ଶ୍ୱଶୁରଙ୍କ ବିରୋଧରେ ମଧ୍ୟ ସାଂଘାତିକ ଅଭିଯୋଗ କରିଛନ୍ତି। ଶାଳିନୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ଶ୍ୱଶୁର ତାଙ୍କୁ ଖରାପ ଢଙ୍ଗରେ ଛୁଉଁଥିଲେ। ସେ ପୋଷାକ ବଦଳାଉଥିବା ବେଳେ ଅନେକ ସମୟରେ ଶ୍ୱଶୁର ତାଙ୍କ ରୁମ୍‌କୁ ପଶିଯାଉଥିଲେ ଓ ଫୁଙ୍ଗୁଳା ଶରୀରକୁ ଖରାପ ଢଙ୍ଗରେ ସ୍ପର୍ଶ କରଥିଲେ। ଥରେ ତାଙ୍କ ଶ୍ୱଶୁର ନିଶାଗ୍ରସ୍ତ ଅବସ୍ଥାରେ ତାଙ୍କ ରୁମ୍‌କୁ ପଶିଆସିଥିଲେ। ଏହି ସମୟରେ ସେ ଡ୍ରେସ୍‌ ବଦଳାଉଥିଲେ। ଶ୍ୱଶୁର ଆସି ତାଙ୍କ ଛାତି ଉପରେ ହାତ ରଖିଥିଲେ।

ଶାଳିନୀ ଅଭିଯୋଗ କରିଛନ୍ତି ଯେ ବିବାହର ମାତ୍ର କିଛି ଦିନ ପରେ ହିଁ ହନି ଓ ତାଙ୍କ ପରିବାର ଲୋକଙ୍କ ଅସଲ ଚେହେରା ସାମ୍ନାକୁ ଆସିଥିଲା। ସେ ହନିମୁନ୍‌ରେ ମରିସସ୍‌ ଯାଇଥିବା ବେଳେ ହନିଙ୍କର ବ୍ୟବହାର ତାଙ୍କ ପ୍ରତି ବଦଳିଯାଇଥିଲା। ଏନେଇ ହନିଙ୍କୁ ପଚାରିବାରୁ ସେ ଭୀଷଣ ରାଗିଯାଇଥିଲେ ଓ ତାଙ୍କୁ ଖଟକୁ ଧକ୍କା ମାରିଥିଲେ। ପରେ ଚାପୁଡ଼ା ମାରି କହିଥିଲେ- ତୁ ମୋତେ ପ୍ରଶ୍ନ କରୁୁଛୁ?

ଶାଳିନୀ ନିଜ ଅଭିଯୋଗରେ ହନିଙ୍କର ଅନ୍ୟ ଝିଅଙ୍କ ସହ ଶାରୀରିକ ସମ୍ପର୍କ ଥିବା ମଧ୍ୟ ଉଲ୍ଲେଖ କରିଛନ୍ତି। ହନି ଆଲକହଲ୍‌ ଓ ଡ୍ରଗ୍ସ ଆଡିକ୍ଟେଡ୍‌ ବୋଲି ମଧ୍ୟ ଶାଳିନୀ କହିଛନ୍ତି। ଶାଳିନୀଙ୍କ ଅଭିଯୋଗ ପରେ କୋର୍ଟ ହନି ସିଂହଙ୍କୁ ସମୟ ଦେଇ ୨୮ ଅଗଷ୍ଟ ମଧ୍ୟରେ ନିଜ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.