ବନ୍ୟା ପ୍ରପୀଡ଼ିତଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ଫସିଗଲେ ମନ୍ତ୍ରୀ, ଉଦ୍ଧାର କରିବାକୁ ଗଲା ହେଲିକପ୍ଟର; ଦେଖନ୍ତୁ ଭିଡିଓ

ଲୋକଙ୍କୁ ଉଦ୍ଧାର କରିବାକୁ ଯାଇଥିବା ମନ୍ତ୍ରୀ ନିଜେ ହିଁ ଫସିଗଲେ ବନ୍ୟାରେ। ଫଳରେ ତାଙ୍କୁ ଉଦ୍ଧାର କରିବାକୁ ଆସିଲା ବାୟୁସେନାର ହେଲିକପ୍ଟର। ଏଭଳି ଘଟଣା ଦେଖିବାକୁ ମିଳିଛି ମଧ୍ୟ ପ୍ରଦେଶର ଦହିୟା ଜିଲ୍ଲାରେ। ଦହିୟା ଜିଲ୍ଲାରେ ବନ୍ୟା ସ୍ଥିତି ପରଖିବାକୁ ଯାଇଥିଲେ ମନ୍ତ୍ରୀ। କିନ୍ତୁ ତାଙ୍କୁ ହିଁ ଉଦ୍ଧାର କରିବାକୁ ପଡ଼ିଲା।

ରିପୋର୍ଟ ମୁତାବକ, ପ୍ରବଳ ବର୍ଷା ଯୋଗୁ ମଧ୍ୟ ପ୍ରଦେଶର କେତେକ ସ୍ଥାନରେ ଭୀଷଣ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗାଁରେ ପାଣି ପଶିବାରୁ ଲୋକମାନେ ଛାତରେ ଆଶ୍ରୟ ନେଇଛନ୍ତି। ଏଭଳି ସ୍ଥିତିରେ ଗୃହମନ୍ତ୍ରୀ ଡା.ନରୋତ୍ତମ ମିଶ୍ର ଏନ୍‌ଡିଆରଏଫ୍‌ ଦଳ ସହ ଡଙ୍ଗାରେ ପ୍ରଭାବିତ ଅଞ୍ଚଳ ଗସ୍ତ କରିଥିଲେ। ସେ ଲୋକଙ୍କୁ ଉଦ୍ଧାର କରିବା ପାଇଁ କୋଟରା ଗାଁ ଯାଉଥିଲେ। ମାତ୍ର ତାଙ୍କ ଡଙ୍ଗା ଉପରେ ଏକ ଗଛ ପଡ଼ିଗଲା। ଫଳରେ ଡଙ୍ଗାଟି ପାଣିରେ ବୁଡ଼ିଗଲା। ମାତ୍ର ସୌଭାଗ୍ୟବଶତଃ ସ୍ଥାନୀୟ ଗାଁ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ।

ଦେଖନ୍ତୁ ଭିଡିଓ:


ପରେ ଖବର ପାଇ ବାୟୁସେନାର ହେଲିକପ୍ଟର ଘଟଣାସ୍ଥଳରେ ପହଞ୍ଚି ମନ୍ତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା। ଏହି ଘଟଣା ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଇଛି ଯେ ଅଞ୍ଚଳ ସାରା ଜଳାର୍ଣ୍ଣବ ହୋଇଛି। ତେବେ ମନ୍ତ୍ରୀଙ୍କର ଏହି ସାହାସିକତାକୁ ବିପକ୍ଷ ଦଳ ନେତା ମଧ୍ୟ ପ୍ରଶଂସା କରୁଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.