ୱାର୍କଆଉଟ୍ କରୁ କରୁ ଗରବା ଡ୍ଯାନ୍ସ କରିବାକୁ ଲାଗିଲେ ହ୍ରିତିକ, ଭିଡିଓ ହେଲା ଭାଇରଲ

ବଲିଉଡ ଷ୍ଟାର ନିଜ ଫିଟନେସକୁ ନେଇ ସବୁବେଳେ ସିରିୟସ ରହିଥାନ୍ତି। ସେମାନେ ନିଜକୁ ସୁସ୍ଥ ଏବଂ ଫିଟ୍ ରଖିବା ପାଇଁ ୱାର୍କଆଉଟ୍ କରିଥାନ୍ତି। ଘରେ ହେଉ ଅବା ଜିମରେ ସବୁ ସେଲିବ୍ରିଟି ନିଜକୁ ଫିଟ୍ ରଖିବା ପାଇଁ ୱାର୍କଆଉଟ କରିଥାନ୍ତି। ଏବେ ବଲିଉଡର ହ୍ଯାଣ୍ଡସମ୍ ଅଭିନେତା ହ୍ରିତିକଙ୍କ ଭିଡିଓ ଭାଇରଲ ହୋଇଛି। ଯାହାକୁ ଦେଖି ଫ୍ଯାନ ପାଗଳ ହୋଇଯାଇଛନ୍ତି।

ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ହ୍ରିତିକ ନିଜର ଏକ ଡ୍ଯାନ୍ସ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ୱାର୍କଆଉଟ କରିବା ସମୟରେ ହିତ୍ରିକ ୮୦ ଦଶର ଗୀତରେ ନାଚୁଥିବା ନଜର ଆସିଛନ୍ତି। ବ୍ଯାକଗ୍ରାଉଣ୍ଡରେ ଜଣେ ତାଙ୍କର ଭିଡିଓ କରୁଥିବା ନଜର ଆସିଛନ୍ତି। ହିତିକ ଦୁଇଟି ଗୀତରେ ଡ୍ଯାନ୍ସ କରୁଥିବା ନଜର ଆସିଛନ୍ତି। ‘ଜିମି ଜିମି ଆଜା ଆଜା ଏବଂ ଜାନୁ ମେରୀ ଜାନା’ ଗୀତରେ ନାଚୁଥିବା ନଜର ଆସିଛନ୍ତି।

 

View this post on Instagram

 

A post shared by Hrithik Roshan (@hrithikroshan)

ପ୍ରଥମ କ୍ଲିପରେ ହ୍ରିତିକ ଗରବା ଡ୍ଯାନ୍ସ କରୁଥିବା ନଜର ଆସିଛନ୍ତି। ଭିଡିଓ ସେୟାର କରି ହ୍ରିତିକ କ୍ଯାପସନରେ ଲେଖିଛନ୍ତି, ଯେତେବେଳେ ବଲିଉଡ ହିରୋ ଅଚାନକ ୮୦ ଦଶକ ଗୀତରେ ଡ୍ଯାନ୍ସ କରିବାକୁ ଆରମ୍ଭ କରେ’। ହ୍ରିତିକଙ୍କ ଏହି ଭିଡିଓ ଦେଖି ଅନେକ ସେଲିବ୍ରିଟି ମଧ୍ୟ କମେଣ୍ଟ କରୁଛନ୍ତି।

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ପାଖରେ ଅନେକ ପ୍ରୋଜେକ୍ଟ ରହିଛି। ଦୁଇବର୍ଷ ପରେ ପୁଣି ପରଦାକୁ ଫେରୁଛନ୍ତି ହତ୍ରିକି। ଦଶହରାରେ ‘ବିକ୍ରମ ବେଧା’ ହିନ୍ଦୀ ରିମେକର ସୁଟିଂ ଆରମ୍ଭ କରିଛନ୍ତି। ନିଜ ଟିମ୍ ସହିତ ସୁଟିଂ ସେଟରେ ଏଣ୍ଟ୍ରି କରି ନିଜର ଏକ ଭିଡିଓ ପୋଷ୍ଟ କରିଛନ୍ତି।

ନିକଟରେ ହ୍ରିତିକ ଏକ ଭିଡିଓକୁ ବେଶ୍ ପ୍ରଶଂସା କରିଥିଲେ। ଯେଉଁଥିରେ ୧୯୯୦ ରେ ରିଲିଜ ହୋଇଥିବା ଫିଲ୍ମ ଜୁର୍ମର ‘ଜବ୍ କୋଇ ବାତ୍ ବିଗଡ ଯାଏ’ ଗୀତ ଗାଇ ସମସ୍ତଙ୍କ ମନକୁ ଜିଣିନେଇଥିଲେ ଜଣେ ବ୍ଯକ୍ତି। ଏହି ଭିଡିଓ ଭାଇରଲ ହେବା ପରେ ବଲିଉଡ ଅଭିନେତା ହ୍ରିତିକ ରୋଶନ ଏବଂ କୁନାଲ କପୁରଙ୍କ ସହିତ ଅନେକ ସେଲିବ୍ରିଟି ପ୍ରଶଂସା କରିଥିଲେ। ଏହି ଭିଡିଓକୁ ଟ୍ବିଟର ଏବଂ ଇନଷ୍ଟାଗ୍ରାରେ @ankit.today ନାମକ ଆକାଉଣ୍ଟରେ ପୋଷ୍ଟ କରାଯାଇଥିଲା। ହ୍ରିତିକ ମଧ୍ୟଏହି ଭିଡିଓକୁ ନିଜ ଟ୍ବିଟର ପେଜରେ ସେୟାର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.