ଉତ୍ତରାଖଣ୍ଡ ଷ୍ଟାର ପୱନଦୀପ ରାଜନ କରୋନା ପଜିଟିଭ ଚିହ୍ନଟ, କ୍ବାରେଣ୍ଟାଇନ ରୁମରୁ ଗାଇବେ ଗୀତ

କରୋନା ମହାମାରୀ ଏବେ ଫିଲ୍ମ ଏବଂ ଟିଭି ଇଣ୍ଡଷ୍ଟ୍ରୀରେ କାୟା ମେଲାଉଛି। କରୋନା ସୋନୀ ଟିଭିରେ ପ୍ରସାରିତ ହେଉଥିବା ଇଣ୍ଡିଆନ ଆଇଡଲ ୧୨ରେ ପହଞ୍ଚିଛି। ଶୋ’ର ପ୍ରତିଯୋଗୀ ତଥା ଲୋକପ୍ରିୟ ଗାୟକ ପଓ୍ବନଦୀପ ରାଜନ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ସେ ବର୍ତ୍ତମାନ ମୁମ୍ବାଇର ଏକ ହୋଟେଲରେ କ୍ବାରେଣ୍ଟାଇନରେ ରହିଛନ୍ତି । ଏହା ସହିତ ପ୍ରସାରଣ ହେବାକୁ ଥିବା ଆଗାମୀ ଏପିସୋଡରେ ପଓ୍ବନଦୀପ ହୋଟେଲ ରୁମ୍ରୁ ହିଁ ଗୀତ ଗାଇବେ ବୋଲି ଏକ ଭିଡିଓ ଜାରି କରି କହିଛନ୍ତି ।

ସୋନୀ ଟିଭି ପକ୍ଷରୁ ଜାରି ହୋଇଥିବା ଭିଡିଓରେ ରିତ୍ବିକ ଧନଜାନୀ ସୂଚନା ଦେଇଛନ୍ତି ଯେ, ପ୍ରତିଯୋଗୀ ପଓ୍ବନଦୀପ ରାଜନ କରୋନା ଆକ୍ରାନ୍ତ ହୋଇଛନ୍ତି ଏବଂ ସେ ବର୍ତ୍ତମାନ ଏକ ହୋଟେଲରେ କ୍ବାରେଣ୍ଟାଇନରେ ଅଛନ୍ତି । ମଞ୍ଚରେ ଉପସ୍ଥିତ ଥିବା ଜଜ୍ ଭିଡିଓ କଲ ମାଧ୍ୟମରେ ପଓ୍ବନଦୀପଙ୍କୁ ଯୋଗାଯୋଗ କରିଥିଲେ । ବାର୍ତ୍ତାଳପ ସମୟରେ ସେ ଉପସ୍ଥିତ ଜଜ୍ଙ୍କୁ ଅନୁରୋଧ କରିଥିଲେ ଯେ, ହୋଟେଲ ରୁମରୁ ହିଁ ନିଜର ସଙ୍ଗୀତ ପରିବେଷଣ କରିବା ପାଇଁ । ଯାହାକୁକି ଜଜ୍ ତୁରନ୍ତ ରାଜି ହୋଇଛନ୍ତି । ଏହାସହିତ ପୱନଦୀପଙ୍କ ସହିତ ରହୁଥିବା ସବାଇ ଭଟ୍ଟ, ମହମ୍ମଦ ଦାନିଶ ଏବଂ ଅରୁନୀତା କାଞ୍ଜିଲାଲ ଙ୍କୁ ମଧ୍ୟ କ୍ବାରେଣ୍ଟାଇନରେ ରହିବାକୁ ପଡିବ।

ସୂଚନାଯୋଗ୍ଯ, ଉତ୍ତରାଖଣ୍ଡର ଚମ୍ପାବତ୍ ଜିଲ୍ଲାର ବାସିନ୍ଦା ପଓ୍ବନଦୀପ ରାଜନ ଇଣ୍ଡିଆନ ଆଇଡଲ ମାଧ୍ୟମରେ ବେଶ ଲୋକପ୍ରିୟ ହୋଇଯାଇଛନ୍ତି । ସେ ଚମତ୍କାର ସଙ୍ଗୀତ ପରିବେଷଣ କରି ବେଶ ଲୋକପ୍ରିୟତା ହାସଲ କରିପାରିଛନ୍ତି। ଏହା ପୂର୍ବରୁ ୨୦୧୫ ମସିହାରେ ସେ ‘The Voice India’ ଟାଇଟଲ ମଧ୍ୟ ଜିତିସାରିଛନ୍ତି । ସେ ପ୍ରାୟ ଏକ ହଜାରରୂ ଉର୍ଦ୍ଧ୍ବ ଲାଇଭ ସୋରେ ଗୀତ ଗାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.