ଟିମ୍ ଇଣ୍ଡିଆ ବ୍ୟାଟ୍ସମ୍ୟାନ ଶ୍ରେୟସ ଅୟରଙ୍କ କାନ୍ଧ ଅସ୍ତ୍ରୋପଚାର ସଫଳ, ଟ୍ବିଟ କରି ଫ୍ଯାନଙ୍କୁ ଧନ୍ଯବାଦ ଜଣାଇଲେ ଶ୍ରେୟସ

ଟିମ୍ ଇଣ୍ଡିଆ ବ୍ୟାଟ୍ସମ୍ୟାନ ଶ୍ରେୟସ ଅୟରଙ୍କର ଗୁରୁବାର ଦିନ ଅପରେସନ ସଫଳ ହୋଇଛି। ଇଂଲଣ୍ଡ ଦିନିକିଆ ସିରିଜ୍ ସମୟରେ ଶ୍ରେୟସଙ୍କ କାନ୍ଧରେ ଆଘାତ ହୋଇଥିଲା। ସେଥିପାଇଁ ସେ ଆଇପିଏଲ୍ ସିଜନ୍ ୧୪ ରୁ ବାଦ୍ ପଡିଥିଲେ।

ତାଙ୍କ କାନ୍ଧ ଅପରେସନ ସଫଳ ହୋଇଛି ଏବଂ ସେ ଖୁବଶୀଘ୍ର ମଇଦାନକୁ ଫେରିବାକୁ ଚେଷ୍ଟା କରିବେ ବୋଲି ଶ୍ରେୟସ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି । ଶ୍ରେୟସ ନିଜ ଫଟୋ ପୋଷ୍ଟ କରି ଟ୍ୱିଟ କରିଛନ୍ତି ଯେ, “ଅପରେସନ ସଫଳ ହୋଇଛି ଏବଂ ମୁଁ ପ୍ରତିବଦ୍ଧତା ସହ ଶୀଘ୍ର ଫେରିବି। ଆପଣମାନଙ୍କ ଶୁଭକାମନା ପାଇଁ ଧନ୍ୟବାଦ।”

୨୬ ବର୍ଷୀୟ ଶ୍ରେୟସ ପୁନେରେ ମାର୍ଚ୍ଚ ୨୩ ତାରିଖରେ ପ୍ରଥମ ଦିନିକିଆ ମ୍ୟାଚ୍ ସମୟରେ ଜନି ବେୟରଷ୍ଟୋଙ୍କ ଶଟ୍ ରୋକିବାକୁ ପ୍ରୟାସ କଲାବେଳେ ଆହତ ହୋଇଥିଲେ। ଶ୍ରେୟସ ପୁଣି ଫିଟ୍ ହୋଇ ମଇଦାନକୁ ଫେରିବାକୁ ପାଖାପାଖି ୪ ମାସ ସମୟ ଲାଗିବ ବୋଲି କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.