ସୋନାଲି ଫୋଗଟଙ୍କ ବ୍ୟବଚ୍ଛେଦ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ଖୁଲାସା; ଶରୀରରେ ମିଳିଛି ଆଘାତ ଚିହ୍ନ

ବିଗ୍‌ ବସ୍‌ର ପୂର୍ବତନ ପ୍ରତିଯୋଗୀ ତଥା ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ମୃତ୍ୟୁ ଲୋକଙ୍କୁ ଚକିତ କରି ଦେଇଛି। ଖବର ମୁତାବକ, ହୃଦଘାତରେ ତାଙ୍କ ମୃତ୍ୟୁ ଘଟିଛି, ହେଲେ ପରିବାର ଲୋକେ ଅଭିଯୋଗ କରିଛନ୍ତି କି, ଏହା ସ୍ୱାଭାବିକ ମୃତ୍ୟୁ ନୁହେଁ, ବରଂ କେହି ଜଣେ ତାଙ୍କୁ ହତ୍ୟା କରିଛି।

ସୋନାଲି ଫୋଗଟଙ୍କ ମୃତଦେହକୁ ଡାକ୍ତରଖାନାରୁ ବିମାନବନ୍ଦରକୁ ନିଆଯାଇଛି। ଏହି ମାମଲାରେ ଆଇପିସି ଧାରା ୩୦୨ ଲାଗୁ ହୋଇଥିବାରୁ ପରିବାର ଲୋକେ ଖୁସି ଅଛନ୍ତି। ସେପଟେ ସୋନାଲିଙ୍କ ଭଉଣୀ ସୁଧିର ସାଙ୍ଗୱାନ ଓ ସୁଖବିନ୍ଦର ସିଂଙ୍କ ନାଁ ନେଇ କହିଛନ୍ତି ଯେ ପୋଲିସ ସେମାନଙ୍କୁ ତୁରନ୍ତ ଗିରଫ କରୁ। ଅଭିଯୋଗ ପରେ ପୋଲିସ ଦୁଇ ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି।

ଏପଟେ ବ୍ୟବଚ୍ଛେଦର ପ୍ରାଥମିକ ରିପୋର୍ଟ ଆସି ଯାଇଛି, ଯେଉଁଥିରେ ସୋନାଲିଙ୍କ ମୃତ ଶରୀରରେ କ୍ଷତ ଚିହ୍ନ ଥିବା ସ୍ପଷ୍ଟ ହୋଇଛି। ତାଙ୍କ ଶରୀରରେ ପଞ୍ଚ୍‌ର ବି ଚିହ୍ନ ରହିଛି। କେମିକାଲ ଆନାଲିସିସ୍‌ ରିପୋର୍ଟ ପାଇଁ ଭିସେରା ସଂରକ୍ଷିତ କରାଯାଇଛି।

ଏଥି ସହିତ ବ୍ୟବଚ୍ଛେଦରେ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ମୃତ୍ୟୁର କାରଣ ହେଉଛି ହୃଦଘାତ। କିନ୍ତୁ ଯେଉଁଭଳି ଭାବେ ସୋନାଲିଙ୍କ ଶରୀରରେ ଆଘାତ ଚିହ୍ନ ଦେଖିବାକୁ ମିଳିଛି, ସେଥିରୁ ଘଟଣାଟି ସନ୍ଦେହଜନକ ସ୍ଥିତିକୁ ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.