‘Bigg Boss 14’ ହାଉସର ଭିତର ଫଟୋ ହେଲା ଲିକ, ଏଥର ପ୍ରତିଯୋଗୀ ପାଇବେ ଏ ସବୁ ସୁବିଧା

ସଲମାନ ଖାନ-ହୋଷ୍ଟେଡ ରିୟାଲିଟି ଶୋ’ ‘ବିଗ ବସ’ର ୧୪ତମ ସିଜିନ ୩ ଅକ୍ଟୋବରରୁ ଟିଭି ଚ୍ୟାନେଲରେ ପ୍ରସାରଣ ହେବ। ଫ୍ୟାନମାନେ ଏଥରର ପ୍ରତିଯୋଗୀମାନଙ୍କ ବିଷୟରେ ଜାଣିବା ପାଇଁ ଉତ୍ସାହିତ ଥିବା ବେଳେ ଶୋ’ର ଡିଟେଲକୁ ନେଇ ମଧ୍ୟ ବହୁତ ଉତ୍ସୁକତା ଭରି ରହିଛି। ସେ ଘର ହେଉ କି ଚଳିତ ବର୍ଷର ଥିମ। ତେବେ ଏଥର ମହାମାରୀ ଯୋଗୁ ଗତ ସିଜିନଠାରୁ ଚଳିତ ସିଜିନରେ ବହୁତ କିଛି ଅଲଗା ହେବାର ଅଛି।

x

ଚଳିତ ଥର ‘ବିଗ ବସ’ ହାଉସ କେମିତି ହେବ, ସେ ନେଇ ଚର୍ଚ୍ଚା ଜାରିରହିଥିବା ବେଳେ ଏହାରି ଭିତରେ ଘର ଭିତରର କିଛି ଫଟୋ ସୋସିଆଲ ମିଡିଆରେ ଲିକ ହୋଇଯାଇଛି। ଫଟୋ ଦେଖିଲେ ଲଗୁଛି, ଘରକୁ ସମ୍ପୂର୍ଣ୍ଣ ଭାବେ ନୂଆ କରି ତିଆରି କରାଯାଇଛି। ଶୋ’ର ଜଣେ ପ୍ରଶଂସକ ‘ବିଗ ବସ’ ଘର ଭିତରର କିଛି ଫଟୋକୁ ସେୟାର କରିଛନ୍ତି।

vv

dd

ଫଟୋରେ ଏକ ବଡ଼ ଗାର୍ଡେନ, ରଙ୍ଗୀନ ବେଡରୁମ ଏବଂ ଏକ ବିଶାଳ ଲିଭିଂ ଏରିଆ ନଜର ଆସୁଛି। ରିପୋର୍ଟ ମୁତାବକ, ନିର୍ମାତା ଏଥର ‘ବିଗ ବସ’ ଘର ଭିତରେ ଏକ ମଲ, ମିନି ଥିଏଟର, ସ୍ପା ଏବଂ ରେଷ୍ଟୁରାଣ୍ଟ ଭଳି ସୁବିଧା ଉପଲବ୍ଧ କରେଇବାକୁ ନିର୍ଣ୍ଣୟ ନେଇଛନ୍ତି। ଲକଜୁରୀ କାର୍ଯ୍ୟ ବଦଳରେ ଏହାର ଆନନ୍ଦ ନେବାର ମଉକା ମିଳିବ।

Leave A Reply

Your email address will not be published.