ଜିମରେ ଡ୍ଯାନ୍ସ କଲେ ସପନା ଚୌଧୁରୀ, ତା’ପରେ ଭିଡ଼ିଓ ହୋଇଗଲା ଭାଇରାଲ

ମୁମ୍ବାଇ : ହରିୟାଣାର ଡ୍ଯାନ୍ସି କୁଇନ୍ ଆଜିକାଲି ପ୍ରାୟ ସବୁବେଳେ ମିଡ଼ିଆରେ ଚର୍ଚ୍ଚାରେ ରହୁଛନ୍ତି। ସପନାଙ୍କ ଏଭଳି ପ୍ରଶଂସକ ରହିଛନ୍ତି, ସେ ଯେଉଁଆଡ଼େ ଯାଆନ୍ତି ସେଠାରେ ତାଙ୍କର ଭିଡ଼ ଜମିଯାଇଥାଏ। ନିକଟରେ ବିଗବସରେ ଦିପାବଳୀ ଧମାଲ ମଚାଇବା ପରେ ତାଙ୍କୁ ଏକ ଜିମରେ ଦେଖିବାକୁ ମିଳିଥିଲା। ଯେଉଁଠାରେ ସପନା ଥିବେ ସେଠାରେ ଖାଲି ଯେ ବ୍ଯୟାମ ହେବା ତାହା ଅସମ୍ଭବ। ଏଥିପାଇଁ ସପନାଙ୍କ ସହ ଜିମରେ ସମସ୍ତେ ଠୁମକା ଲଗାଉଥିବା ଦେଖିବାକୁ ମିଳିଥିଲା। ଯାହାର ଭିଡ଼ିଓ ଇଣ୍ଟରନେଟରେ ବହୁ ସଂଖ୍ଯାକ ହୋଇଛି ଭାଇରାଲ।
ସପନା ଚୌଧୁରୀଙ୍କ ଏକ ଫ୍ଯାନ୍ ଆକାଉଣ୍ଟରେ ଜିମ୍ ଭିଡ଼ିଓ ଶେୟାର କରିଥିଲେ। ଏହି ଭିଡ଼ିଓରେ ଜିମରେ କିଛି ମହିଳା ଡ୍ଯାନ୍ସ କରି ତାଙ୍କର ସ୍ବାଗତ କରିଥିବା ଦେଖିବାକୁ ମିଳିଛି। ମହିଳା ମାନେ ହ୍ବିତିକ୍ ରୋଶନଙ୍କ ଫିଲ୍ମ ‘କହୋନା ପ୍ଯାର ହୈ’ର ଗୀତ ଜବରଦସ୍ତରେ ନାଚୁଥିବା ଦେଖିବାକୁ ମିଳିଛି।
ମହିଳାଙ୍କ ଜିମରେ ଡ୍ଯାନ୍ସ ସପନାଙ୍କୁ ବହୁତ ପସନ୍ଦ ଆସିଛି। ତେବେ ସପନାଙ୍କ ସମସ୍ତ ଭିଡ଼ିଓ ଭଳି ଏହି ଭିଡ଼ିଓଟି ମଧ୍ୟ ସୋସିଆଲ ମିଡ଼ିଆରେ ବହୁ ସଂଖ୍ଯାକ ଭାଇରାଲ ହୋଇଛି।