୧୩ ବର୍ଷ ପରେ ପୁଣି ଫେରୁଛି ‘କ୍ୟୁଙ୍କି ସାସ୍ ଭି କଭି ବହୁ ଥି’! ପୋଷ୍ଟ ସେୟାର କରି ଏକତା କପୁର ଦେଲେ ହିଣ୍ଟ୍

ଟିଭି କ୍ୱିନ ଏକତା କପୁରଙ୍କ ଫେମସ୍ ଶୋ’ ‘କ୍ୟୁଙ୍କି ସାସ୍ ଭି କଭି ବହୁ ଥି’ ବର୍ଷ ବର୍ଷ ଧରି ଦର୍ଶକଙ୍କୁ ବହୁତ ମନୋରଞ୍ଜନ କରିଥିଲା। ଏହି ଶୋ’ରୁ ସ୍ମୃତି ଇରାନୀ ଘରେ ଘରେ ‘ତୁଲସୀ’ ନାମରେ ଫେମସ୍ ହୋଇ ଯାଇଥିଲେ। ଶୋ’ରେ ଅମର ଉପାଧ୍ୟାୟଙ୍କ ସହ ତାଙ୍କର ଯୋଡିକୁ ଦେଖିବା ପାଇଁ ପ୍ରତ୍ୟେକ ସନ୍ଧ୍ୟାରେ ଲୋକେ ଟିଭି ସାମ୍ନାରେ ନିର୍ଦ୍ଦିଷ୍ଟ ସମୟରେ ଯାଇ ବସି ପଡ଼ୁଥିଲେ। ଏହି ଶୋ’ରେ ନିର୍ମାତାଙ୍କ ସହ ଅଭିନେତାମାନଙ୍କର ସମସ୍ତ ସ୍ମୃତି ଯୋଡ଼ି ହୋଇ ରହିଛି। ଏବେ ଏକତା ଶୋ’ର ଦର୍ଶକଙ୍କୁ ଏକ ଖୁସି ଖବର ଦେଇଛନ୍ତି କି, ଶୋ’କୁ ପୁଣିଥରେ ଟିଭିରେ ପ୍ରସାରଣ କରାଯିବ।

ଏକତା କପୁର ଇନଷ୍ଟାଗ୍ରାମରେ ‘କ୍ୟୁଙ୍କି ସାସ୍ ଭି କଭି ବହୁ ଥି’ର ପ୍ରୋମୋକୁ ସେୟାର କରି ଏକ ପୋଷ୍ଟ ଲେଖିଛନ୍ତି। ସେ ଲେଖିଛନ୍ତି କି, ‘ପ୍ରୋମୋର ଏକ ଝଲକ୍ ଦେଖି ହିଁ ସମସ୍ତ ପୁରୁଣା ସ୍ମୃତି ତାଜା ହୋଇଗଲା। ଆଜି ମୁଁ ପୁରୁଣା ଦିନଗୁଡିକୁ ପଛକୁ ବୁଲି ଦେଖୁଛି ତ ପ୍ରତ୍ୟେକ କ୍ଷଣର ସ୍ମୃତି ମନେ ପଡ଼ି ଯାଉଛି, ଯାହାକି ଏହି ଶୋ’କୁ ସବୁଠାରୁ ପ୍ରିୟ କରିଥିଲା। ସେହି ପ୍ରେମ ସହିତ ଏହି ଯାତ୍ରାରେ ପୁଣିଥରେ ଯୋଡ଼ି ହୁଅନ୍ତୁ। ବୁଧବାରଠାରୁ ପ୍ରତ୍ୟେକ ଦିନ ଅପରାହ୍ନ ୫ଟାରେ କେବଳ ଷ୍ଟାର୍ ପ୍ଲସ୍‌ରେ’। ଏଥି ସହିତ ଏକତା କପୁର ସ୍ମୃତି ଇରାନୀ, ରୋନିତ୍ ବୋଷ ରୟ ଓ ଅମର ଉପାଧ୍ୟାୟଙ୍କୁ ଟ୍ୟାଗ୍ କରିଛନ୍ତି। ସେ ସେମାନଙ୍କୁ ପଚାରିଛନ୍ତି କି, ‘ଏତେ ବର୍ଷ ପରେ ଏହି ପ୍ରୋମୋକୁ ଦେଖି କେମିତି ଲାଗିଲା’? ଏହି ପ୍ରୋମୋ ଏବଂ ଏକତା କପୁରଙ୍କ ଘୋଷଣାକୁ ନେଇ ଫ୍ୟାନ୍‌ମାନଙ୍କର ଖୁସିର ସୀମା ନାହିଁ।

ଟିଭିରେ ‘କ୍ୟୁଙ୍କି ସାସ୍ ଭି କଭି ବହୁ ଥି’କୁ ଟେଲିକାଷ୍ଟ କରି ଏକତା କପୁର ଇତିହାସ ରଚିଥିଲେ। ବର୍ଷ ୨୦୦୦ରୁ ୨୦୦୮ ପର୍ଯ୍ୟନ୍ତ ଟେଲିକାଷ୍ଟ ହୋଇଥିବା ଏହି ସିରିଏଲ୍ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା। ଲୋକପ୍ରିୟତା ଏତେ ଥିଲା ଯେ ସ୍ମୃତି ଇରାନୀଙ୍କୁ ଲୋକମାନେ କେବଳ ତୁଲସୀ ନାମରେ ହିଁ ଜାଣିବା ଆରମ୍ଭ କରିଥିଲେ। ଷ୍ଟାର୍ ପ୍ଲସରେ ପୁନଃ ପ୍ରସାରଣ ହେବାକୁ ଥିବା ‘କ୍ୟୁଙ୍କି ସାସ୍ ଭି କଭି ବହୁ ଥି’ ଭାରତର ସବୁଠାରୁ ଲମ୍ବା ଧାରାବାହିକ ବୋଲି କୁହାଯାଏ। ଏହି ସିରିଏଲ ଏତେ ଲୋକପ୍ରିୟତା ହାସଲ କରିଥିଲା ଯେ ଏହାକୁ ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କାରେ ସ୍ଥାନୀୟ ଭାଷାରେ ଡବ୍ କରି ଦେଖାଯାଇଥିଲା।

 

View this post on Instagram

 

A post shared by Erk❤️rek (@ektarkapoor)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.