Below header

ଗର୍ଲଫ୍ରେଣ୍ଡଙ୍କ ଡ଼େବ୍ଯୁକୁ ନେଇ ନିଜର ଖୁସି ଶେୟାର କଲେ ସୁଲତାନ

ମୁମ୍ବାଇ : ଖୁବ୍‌ ଶୀଘ୍ର ‘ରାଧା କ୍ୟୁ ଗୋରୀ ମେଁ କ୍ୟୁ କାଲା’ ଜରିଆରେ ବଲିଉଡରେ ଡେବ୍ୟୁ କରିବେ ଲୁଲିଆ। ତେବେ ଲୁଲିଆଙ୍କ ଡେବ୍ୟୁକୁ ନେଇ ଖୁବ୍‌ ଖୁସି ଅଛନ୍ତି ତାଙ୍କ ର୍ୟୁମର୍ଡ ବୟଫ୍ରେଣ୍ଡ ସଲମାନ ଖାନ୍‌ । ସୋସିଆଲ ମିଡିଆରେ ସଲମାନ୍‌ ଫିଲ୍ମର ପୋଷ୍ଟର ଶେୟାର କରି ଲେଖିଛନ୍ତି, ‘ରାଧା କ୍ୟୁ ଗୋରୀ ମେଁ କ୍ୟୁ କାଲା’ର ପୁରା ଟିମ ଓ ଲୁଲିଆ ଭନ୍ତୁରଙ୍କୁ ବହୁତ ଶୁଭକାମନା।


ସଲମାନ ଲେଖିଛନ୍ତି, ଆପଣଙ୍କ ଏହି ଫିଲ୍ମ ସଫଳ ହେଉ। ପୋଷ୍ଟରରେ ଲୁଲିଆ କୃଷ୍ଣଙ୍କ ଦାସୀ ରୂପରେ ନଜର ଆସୁଛନ୍ତି। ଫିଲ୍ମରେ ଲୁଲିଆ ଜଣେ ବିଦେଶୀ ଝିଅ ଭାବେ ନଜର ଆସିବେ। ଭାରତୀୟ ସଂସ୍କୃତି ବିଷୟରେ ଗବେଷଣା କରିବାକୁ ସେ ଭାରତ ଆସନ୍ତି। କୃଷ୍ଣଙ୍କ ପ୍ରେମରେ ପଡନ୍ତି ବିଦେଶୀ ଯୁବତୀ। ଏହିପରି କିଛି କାହାଣୀକୁ ନେଇ ତିଆରି ହୋଇଛି ଫିଲ୍ମ‘ରାଧା କ୍ୟୁ ଗୋରୀ ମେଁ କ୍ୟୁ କାଲା’। ୨୦୧୯ ମସିହାରେ ପରଦାକୁ ଆସିବ ଫିଲ୍ମ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.