ପ୍ରିୟଙ୍କା ଚୋପ୍ରାଙ୍କ ପୁରୁଣା ଘର ପାଲଟିଲା ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିସ୍ଙ୍କ ନୂଆ ଠିକଣା, ଦାମ୍ ଜାଣିଲେ ହୋସ୍ ଉଡ଼ିଯିବ

ବଲିଉଡ୍ ଅଭିନେତ୍ରୀ ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିସ୍ ନିକଟରେ ପ୍ରିୟଙ୍କା ଚୋପ୍ରାଙ୍କ ପୁରୁଣା ଘର କିଣିଛନ୍ତି। ପ୍ରିୟଙ୍କାଙ୍କର ଏହି ବିଲ୍ଡିଂକୁ ଜ୍ୟାକ୍ଲିନ୍ ୭ କୋଟି ଟଙ୍କାରେ କିଣିଛନ୍ତି। ଏହି ବିଲ୍ଡିଂର ନାଁ କର୍ମଯୋଗ ରଖାଯାଇଥିବା କୁହାଯାଉଛି। ଏହା ପୂର୍ବରୁ ଜ୍ୟାକ୍ଲିନ୍ ବାନ୍ଦ୍ରାରେ ଏକ ଭଡ଼ା ଘରେ ରହୁଥିଲେ।
ରିପୋର୍ଟ ମୁତାବକ, ଗତ ଦୁଇ ବର୍ଷ ଧରି ଜ୍ୟାକ୍ଲିନ୍ ଜୁହୁରେ ଏକ ଘର ଖୋଜୁଥିଲେ। ଏବେ ତାଙ୍କ ଅପେକ୍ଷା ଶେଷ ହୋଇଛି। ଜ୍ୟାକ୍ଲିନ୍ଙ୍କର ଏହି ନୂଆ ଘରେ ଏକ ବିରାଟ ଲିଭିଂ ଏରିଆ ଓ ଆଉଟ୍ଡୋର ବାଲକୋନି ରହିଛି। ପ୍ରିୟଙ୍କା ୨୦୧୮ରେ ବିବାହ କରିବା ବେଳେ ଏହି ଘରେ ରହୁଥିଲେ। କିନ୍ତୁ ନିକ୍ଙ୍କୁ ବିବାହ କରିବା ପରେ ୨୦୧୯ରେ ସେ ଲସ୍ଏଞ୍ଜେଲସ୍ରେ ଏକ ଦାମୀ ଘର କିଣିଥିଲେ। ତା’ପରେ ସେ ଏହି ଘରକୁ ବିକ୍ରି କରିବାକୁ ଯୋଜନା କରିଥିଲେ। ଶେଷରେ ଜ୍ୟାକ୍ଲିନ୍ ହିଁ ପ୍ରିୟଙ୍କାଙ୍କର ଏହି ଘରକୁ କିଣିଛନ୍ତି।
View this post on Instagram
ସୂଚନାଯୋଗ୍ୟ ଯେ ଜ୍ୟାକଲିନ୍ଙ୍କୁ ଶେଷ ଥର ପାଇଁ ଶିରିଷ କୁନ୍ଦ୍ରାଙ୍କ େଓ୍ଵବ୍ ସିରିଜ୍ ‘ମିସେସ୍ ସିରିୟଲ କିଲର’ରେ ଦେଖିବାକୁ ମିଳିଥିଲା। ଏଥିରେ ମନୋଜ ବାଜପେୟୀ ମଧ୍ୟ ନଜର ଆସିଥିଲେ। ଆଗକୁ ଜ୍ୟାକ୍ଲିନ୍ ୩ଟି ଫିଲ୍ମରେ ନଜର ଆସିପାରନ୍ତି। ଏଥିମଧ୍ୟରେ ଫିଲ୍ମ ବଚ୍ଚନ ପାଣ୍ଡେ, ଭୂତ ପୋଲିସ ଓ ସର୍କସ ଆଦି ରହିଛି।