Below header

୬୯ ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ନାମରେ କାହିଁକି ହେଉନି ପୌଜଦାରୀ ମାମଲା?,କୈଫିୟତ ମାଗିଲେ ଲୋକାୟୁକ୍ତ ଅଧ୍ୟକ୍ଷ

କେନ୍ୟୁଜ୍(ବ୍ୟୁରୋ):  ୬୯ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ନାମରେ କାହିଁକି ହେଉନି ଫୌଜଦାରୀ ମାମଲା କୈଫିୟତ ମାଗିଲେ ଲୋକାୟୁକ୍ତ ଅଧ୍ୟକ୍ଷ । ବିଭିନ୍ନ ଦୁର୍ନୀତି ରେ ଲିପ୍ତ ଥିବା ୬୯ ଅଧିକାରୀଙ୍କ ବିରୋଧରେ କାହିଁକି  ଫୌଜଦାରୀ ମାମାଲା ହୋଇନାହିଁ ଏହାକୁ ନେଇ ଲୋକାୟୁକ୍ତ ପ୍ରଶ୍ନ ଉଠାଇଛିନ୍ତି । ୨୦୧୫ରୁ ୨୦୨୦ ବର୍ଷ ମଧ୍ୟରେ ସଂପୃକ୍ତ ଦୁର୍ନୀତି ଗ୍ରସ୍ତ ଅଫିସରଙ୍କ ବିରୋଧରେ ଅଭିଯୋଗ ରହିଥିଲେ ବି ସାଧାରଣ ପ୍ରଶାସନ ବିଭାଗ ଚୁପ୍‌ ରହିଥିବାରୁ ମାମଲାରେ ଲୋକାୟୁକ୍ତ ହସ୍ତକ୍ଷେପ କରିଛନ୍ତି ।

କାହିଁକି ସେମାନଙ୍କ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ସେନେଇ ଲୋକାୟୁକ୍ତ ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି ।ପ୍ରଶାନ୍ତ କୁମାର ମହାପାତ୍ରଙ୍କ ଏକ ମାମଲାର ବିଚାର କରି ଲୋକାୟୁକ୍ତ ଅଧ୍ୟକ୍ଷ ଡ.ଅଜିତ ସିଂ ରାଜ୍ୟ ମୁଖ୍ୟ ଶାସନ ସଚିବ ଙ୍କୁ ରିପୋର୍ଟ ଲୋଡିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.