କସ୍‌ମେଟିକ୍‌ ସର୍ଜରୀ ପରେ ବିଗିଡ଼ିଗଲା ଚେହେରା, ଏବେ ଏମିତି ଦେଖାଯାଉଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ

ସୁନ୍ଦର ଦେଖାଯିବା ପାଇଁ ଲୋକମାନେ ବେଳେବେଳେ କିଛି ଏମିତି କରି ବସନ୍ତି, ଯେଉଁଥିପାଇଁ ତାଙ୍କୁ ସାରା ଜୀବନ ପସ୍ତେଇବାକୁ ପଡ଼ିଥାଏ। ସେଭଳି ହୋଇଛି ଚୀନୀ ସୁପରଷ୍ଟାର ଗାଓ ଲିଓଙ୍କ ସହ। ସେ ପୂର୍ବରୁ ବହୁତ ସୁନ୍ଦର ଥିଲେ। କିନ୍ତୁ ଅଧିକ ସୁନ୍ଦର ଦେଖାଯିବା ପାଇଁ ସେ କସ୍‌ମେଟିକ୍‌ ସର୍ଜରୀର ସାହାରା ନେଇଥିଲେ। ଏହା ପରେ ତାଙ୍କ ଜୀବନ ନର୍କ ପାଲଟିଯାଇଛି।

surgery2

ଗାଓ ଲିଓଙ୍କ ବୟସ ୨୪ ବର୍ଷ ଓ ସେ ଚୀନ୍‌ର ଜଣେ ଲୋକପ୍ରିୟ କଳାକାର। କିନ୍ତୁ ଏବେ ସର୍ଜରୀ ପରେ ସେ ଘରୁ ବାହାରୁନାହାନ୍ତି। କାରଣ ସର୍ଜରୀ ପୂର୍ଣ୍ଣରୂପେ ସଫଳ ହୋଇନାହିଁ ଓ ତାଙ୍କ ନାକ ଏବେ କଳା ପଡ଼ିଯାଇଛି। ଗାଓ ଲିଓ ନିଜେ ନିଜ କାହାଣୀ ଓ ଫଟୋ ସୋସିଆଲ ମିଡିଆ ସାଇଟ୍‌ରେ ସେୟାର କରିଛନ୍ତି। ସେ କହିଛନ୍ତି, ସର୍ଜରୀ ପରେ ତାଙ୍କ ନାକ ଯୋଗୁ ତାଙ୍କ ଅବସ୍ଥା ଖରାପ ହୋଇଯାଇଛି।

surgery3

ଗାଓ କହିଛନ୍ତି, ତାଙ୍କ ନାକର ଆଗପଟ କଳା ପଡ଼ିଯାଇଛି। ତାଙ୍କ ଟିସୁ ଖରାପ ହୋଇଯାଇଛି। ଏଣୁ ଏବେ ତାଙ୍କୁ ପୁଣିଥରେ ସର୍ଜରୀ କରିବାକୁ ପଡ଼ିବ। ଗାଓ କହିଛନ୍ତି, ତାଙ୍କର ଜଣେ ବନ୍ଧୁ ତାଙ୍କୁ ଜଣେ କସ୍‌ମେଟିକ୍‌ ସର୍ଜନଙ୍କ ସହ ସାକ୍ଷାତ କରାଇଥିଲେ। ସେ ତାଙ୍କ ପାଖରେ ୪ ଘଣ୍ଟାର ଅପରେସନ୍‌ କରିଥିଲେ। କିନ୍ତୁ ଏହା ତାଙ୍କ ପାଇଁ ଭୟଙ୍କର ସାବ୍ୟସ୍ତ ହୋଇଛି।

Leave A Reply

Your email address will not be published.