Below header

ବିନା ଲାଇଫଲାଇନ୍‌ରେ ‘କେବିସି’ରେ କୋଟିପତି ହେଲେ ଅଜିତ୍‌ କୁମାର, ବିଗ୍‌ ବି ମଧ୍ୟ ହୋଇଗଲେ ସ୍ତବ୍ଧ

‘କନ୍‌ ବନେଗା କରୋଡପତି’ରେ ବିହାରର ଜେଲ୍‌ ସୁପରିଟେଣ୍ଡଟ୍‌ ଅଜିତ କୁମାର ହଟ୍‌ ସିଟ୍‌ରେ ପହଞ୍ଚିଥିଲେ। ଅଜିତ କୁମାର ଏହି ସୋ’ରେ ମଧ୍ୟ ୧କୋଟି ଟଙ୍କା ଜିତି ସାରିଛନ୍ତି। ଅଜିତ କୁମାରଙ୍କଖେଳ ଖେଳିବାର ଷ୍ଟାଇଲ୍‌ ସୋ’ର ହୋଷ୍ଟ୍‍ ଅମିତାଭ ବଚ୍ଚନଙ୍କୁ ମଧ୍ୟ ନିଜର ଅନୁଗାମୀ କରିପାରିଛନ୍ତି। ରିପୋର୍ଟ ଅନୁଯାୟୀ ଅଜିତ କୁମାରଙ୍କୁ ମିଶାଇ ବର୍ତ୍ତମାନ ‘କେବିସି’ କୁ ଚାରି ଜଣ କୋଟିପତି ମିଳି ସାରିଛନ୍ତି।

ସୋ’ର ହୋଷ୍ଟ ଅମିତାଭ ବଚ୍ଚନ ମଧ୍ୟ ଅଜିତ କୁମାରଙ୍କର ଦୃଢ ବିଶ୍ୱାସକୁ ତାରିଫ୍‌ କରିଛନ୍ତି। ବିଗ୍‌ ବି କହିଛନ୍ତି ଆପଣ ଯେପରି ଗେମି ଖେଳିଛନ୍ତି ଏହା ଅତୁଳନୀୟ। ଆପଣଙ୍କ ଭଳି ପ୍ରତିଯୋଗୀମାନେ ଖୁବ୍‌ କମ୍‌ ଏହି ସିଟ୍‌ କୁ ଆସିଥାନ୍ତି। ଅଜିତ କୁମାର ୫୦:୫୦ ଲାଇଫଲାଇନ ବ୍ୟବହାର କରି ଏକ କୋଟି ଟଙ୍କା ପ୍ରଶ୍ନର ଉତ୍ତର ସଠିକ୍‌ ଦେଇଛନ୍ତି। ତେବେ ଜାଣନ୍ତୁ ପ୍ରଥମେ କେଉଁ ପ୍ରଶ୍ନର ସଠିକ୍‌ ଉତ୍ତର ଦେଇ ଅଜିତ୍‌ କୋଟିପତି ହୋଇଥିଲେ। ପ୍ରଶ୍ନଟି ହେଉଛି, କେଉଁ ବ୍ରିଟିଶ ରାକେଟ ଦ୍ୱାରା ସଫଳତା ପୂର୍ବକ ଲଞ୍ଚ କରାଯାଇଥିଲା। ପ୍ରଥମ ବ୍ରିଟିଶ ଉପଗ୍ରହ କଣ ଥିଲା?

kbc-ଏକ କୋଟି ଟଙ୍କା ପାଇଁ ପ୍ରସ୍ତୁତ କରାଯାଇଥିବା ଏହି ପ୍ରଶ୍ନର ଅପ୍ସନ ଥିଲା- ଆରିୟଲ, ପ୍ରାସ୍ପେରୋ, ମିରାଂଡା, ଜିରକୋନ। କିନ୍ତୁ ଏହାର ଉତ୍ତର ଥିଲା ପ୍ରାସ୍ପେରୋ।

ଏହାସହ ପଢନ୍ତୁ: ସାମ୍ନାକୁ ଆସିଲା ଅକ୍ଷୟ କୁମାରଙ୍କ ନୂଆ ଫିଲ୍ମ ‘ବେଲ୍‌ ବଟମ’ର ଫାଷ୍ଟ ଲୁକ୍‌

ଅଜିତ କୁମାରଙ୍କ ପୂର୍ବରୁ ତିନି ଜଣ ପ୍ରତିଯୋଗୀ ମଧ୍ୟ ‘କେବିସି ୧୧’ ରୁ ଏକ କୋଟି ଅର୍ଥରାଶି ଜିତି ସାରିଛନ୍ତି। ଏହା ପୂର୍ବରୁ ଗୌତମ କୁମାର ଝା, ସନୋଜ ରାଜ୍‌ ଏବଂ ବବିତା ତାଡେ ମଧ୍ୟ ଏକ କୋଟି ଟଙ୍କା ଜିତି ସାରିଛନ୍ତି। ସୂଚନା ଅନୁଯାୟୀ ଅଜିତ କୁମାର ସାତ କୋଟି ଟଙ୍କାର ପ୍ରଶ୍ନରେ ଓହରିଯିବା ପାଇଁ ନିଷ୍ପତି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.