ଶାହରୁଖଙ୍କ ‘ଜବାନ୍‌’ କଲା ନୂଆ ରେକର୍ଡ, ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ଭାବେ ୩ ଦିନରେ ଆୟ କଲା ୨୦୦ କୋଟି ଟଙ୍କା

ଶାହରୁଖ ଖାନଙ୍କ ଫିଲ୍ମ ‘ଜବାନ୍‌’ ଭାରତୀୟ ବକ୍ସ ଅଫିସରେ ନୂଆ ବେଞ୍ଚ୍‌ମାର୍କ ସୃଷ୍ଟି କରୁଛି। ଓପ୍‌ନିଂ ଡେ’ରେ ରେକର୍ଡ ୭୫ କୋଟି ଟଙ୍କା ରୋଜଗାର କରି ହିନ୍ଦୀ ସିନେମା ଇତିହାସରେ ସର୍ବାଧିକ ସଂଗ୍ରହ କରିଥିବା ପ୍ରଥମ ଚଳଚ୍ଚିତ୍ର ହୋଇଛି।

ଶାହରୁଖ ଖାନଙ୍କ ଫିଲ୍ମ ‘ଜବାନ୍‌’ ଭାରତୀୟ ବକ୍ସ ଅଫିସରେ ନୂଆ ବେଞ୍ଚ୍‌ମାର୍କ ସୃଷ୍ଟି କରୁଛି। ଓପ୍‌ନିଂ ଡେ’ରେ ରେକର୍ଡ ୭୫ କୋଟି ଟଙ୍କା ରୋଜଗାର କରି ହିନ୍ଦୀ ସିନେମା ଇତିହାସରେ ସର୍ବାଧିକ ସଂଗ୍ରହ କରିଥିବା ପ୍ରଥମ ଚଳଚ୍ଚିତ୍ର ହୋଇଛି।

ରିଲିଜ୍‌ର ଦ୍ୱିତୀୟ ଦିନରେ ‘ଜବାନ୍‌’ ଦେଶ ଭିତରେ ୫୩ କୋଟି ଟଙ୍କା ସଂଗ୍ରହ କରିଛି। ଶାହରୁଖ ଓ ଗୌରୀଙ୍କ ଫିଲ୍ମ ପ୍ରଡକ୍ସନ୍ କମ୍ପାନୀ ‘ରେଡ୍‌ ଚିଲିସ୍ ଏଣ୍ଟରଟେନମେଣ୍ଟ’ ବ୍ୟାନରରେ ନିର୍ମିତ ଏହି ଫିଲ୍ମ ହିନ୍ଦୀ ସିନେମା ଇତିହାସରେ ନୂଆ ରେକର୍ଡ ସୃଷ୍ଟି କରିଛି।

ଇଣ୍ଡଷ୍ଟ୍ରି ଟ୍ରାକର ‘Sacnilk’ର ଦାବି ମୁତାବକ, ଫିଲ୍ମ ନିର୍ଦ୍ଦେଶକ ଏଟ୍‌ଲିଙ୍କ ନିର୍ଦ୍ଦେଶନାରେ ତିଆରି ‘ଜବାନ୍‌’ ରିଲିଜର ତୃତୀୟ ଦିନରେ ଦେଶ ଭିତରେ ୭୪.୫୦ କୋଟି ଟଙ୍କା ଆୟ କରିଛି। ଏହା ସହିତ ଏହି ଫିଲ୍ମ ମାତ୍ର ୩ ଦିନରେ ୨୦୦ କୋଟି ଟଙ୍କା କ୍ଲବରେ ସାମିଲ ହୋଇଥିବା ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ହୋଇପାରିଛି।

ସିନେମା ଘରେ ଓପନିଂ ଡେ’ରୁ ଧମାଲ୍‌ କରୁଥିବା ‘ଜବାନ୍‌’ ତୃତୀୟ ଦିନରେ ହିନ୍ଦୀ ଭାଷାରେ ୬୬ କୋଟି, ତାମିଲ ଭାଷାରେ ୫ କୋଟି ଏବଂ ତେଲୁଗୁ ଭାଷାରେ ୩.୫ କୋଟି ଟଙ୍କା ଆୟ କରିଛି।

ଫିଲ୍ମ ପ୍ରଡକ୍ସନ୍ ହାଉସ୍ ଅନୁଯାୟୀ, ଏହି ଫିଲ୍ମ ଦୁଇ ଦିନରେ ବିଶ୍ୱସ୍ତରୀୟ ବକ୍ସ ଅଫିସରେ ୨୪୦.୪୭ କୋଟି ଟଙ୍କା ଆୟ କରିଛି। ପୂର୍ବରୁ କମ୍ପାନୀ ଦାବି କରିଥିଲା ଯେ ଓପନିଂ ଡେ’ରେ ‘ଜବାନ୍‌’ ୧୨୯.୬ କୋଟି ଟଙ୍କା ଆୟ କରିଥିଲା। ଚଳିତ ବର୍ଷର ସର୍ବଶ୍ରେଷ୍ଠ ହିନ୍ଦୀ ଓପନର୍ ଭାବେ ଏହି ଫିଲ୍ମ ଉଭା ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.