ଜଣକ ପରେ ଜଣେ କରୁଛନ୍ତି ଟାର୍ଗେଟ, ସୌମ୍ୟଙ୍କୁ କଡ଼ା ସମାଲୋଚନା କରିଛନ୍ତି ସାଂସଦ ଅମର ପଟ୍ଟନାୟକ

ସୌମ୍ୟ ପଟ୍ଟନାୟକ କଣ ଓ ତାଙ୍କ ଆଭିମୁଖ୍ୟ କଣ ସମସ୍ତେ ଜାଣିଛନ୍ତି। ସେ ଏଭଳି କଣ ପାଇଁ କରୁଛନ୍ତି ସେକଥା ବି ସମସ୍ତେ ଜାଣନ୍ତି । ଦଳରେ ରହି ଦଳକୁ ବଦନାମ କରୁଛନ୍ତି। ଏହା ଗ୍ରହଣୀୟ ନୁହେଁ କି ଓଡିଶାବାସୀ ଏହାକୁ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି ଅମର ପଟ୍ଟନାୟକ ।

କେନ୍ୟୁଜ୍(ବ୍ୟୁରୋ): ବିଧାୟକ ଓ ମନ୍ତ୍ରୀଙ୍କ ପରେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ବିଜେଡି ସାଂସଦ । ଆଜି କଡ଼ା ସମାଲୋଚନା କରିଛନ୍ତି ସାଂସଦ ଅମର ପଟ୍ଟନାୟକ । ସେ କହିଛନ୍ତି, ସୌମ୍ୟ ପଟ୍ଟନାୟକ କଣ ଓ ତାଙ୍କ ଆଭିମୁଖ୍ୟ କଣ ସମସ୍ତେ ଜାଣିଛନ୍ତି। ସେ ଏଭଳି କଣ ପାଇଁ କରୁଛନ୍ତି ସେକଥା ବି ସମସ୍ତେ ଜାଣନ୍ତି । ଦଳରେ ରହି ଦଳକୁ ବଦନାମ କରୁଛନ୍ତି। ଏହା ଗ୍ରହଣୀୟ ନୁହେଁ କି ଓଡିଶାବାସୀ ଏହାକୁ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି ଅମର ପଟ୍ଟନାୟକ ।

ତାଙ୍କ ଅଭିଯୋଗ ଉପରେ ସୌମ୍ୟରଞ୍ଜନଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ । ଗତ କିଛି ଦିନ ହେଲାଣି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡିର ଜଣଙ୍କ ପରେ ଜଣେ ବିଧାୟକ ଓ ମନ୍ତ୍ରୀ କଡ଼ା ସମାଲୋଚନା କରୁଛନ୍ତି । ଏହା ଦର୍ଶାଉଛି ବିଜେଡି ସହ ବଢୁଛି ସୌମ୍ୟରଞ୍ଜନଙ୍କ ବିବାଦ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.