ଚୀନ୍‌କୁ କଡ଼ା ମୁକାବିଲା ପାଇଁ ପୂର୍ବ ଲଦାଖରେ ଭାରତ ନିର୍ମାଣ କରିବ ସାମରିକ ବିମାନ ଘାଟି

ପୂର୍ବ ଲଦାଖ ସୀମା ଏଲଏସିରେ ଚୀନ ତା’ର ଗିତିବିଧି ବୃଦ୍ଧି କରିଥିବା ବେଳେ ବିଭିନ୍ନ ନିର୍ମାଣ କାର୍ଯ୍ୟ ଜାରି ରଖିଛି । ଭାରତ ପ୍ରତି ବିପଦକୁ ଆଶଙ୍କା କରି ଭାରତ ମଧ୍ୟ ପୂର୍ବ ଲଦାଖରେ ସର୍ବବୃହତ ସାମରିକ ବିମାନ ଘାଟି ଗଠନ କରିବାକୁ ଯାଉଛି ।

ପୂର୍ବ ଲଦାଖ ସୀମା ଏଲଏସିରେ ଚୀନ ତା’ର ଗିତିବିଧି ବୃଦ୍ଧି କରିଥିବା ବେଳେ ବିଭିନ୍ନ ନିର୍ମାଣ କାର୍ଯ୍ୟ ଜାରି ରଖିଛି । ଦେଶ ପ୍ରତି ବିପଦକୁ ଆଶଙ୍କା କରି ଭାରତ ମଧ୍ୟ ପୂର୍ବ ଲଦାଖରେ ସର୍ବବୃହତ ସାମରିକ ବିମାନ ଘାଟି ନିର୍ମାଣ କରିବାକୁ ଯାଉଛି । ଚୀନ ସୀମା ଠାରୁ ମାତ୍ର ୫୦ କିମି ଦୂରରେ ଭାରତ ନ୍ୟୋମା ଠାରେ ଏହି ସାମରିକ ବିମାନ ଘାଟି ଭାରତ ନିର୍ମାଣ କରିବ ।

ଫଳରେ ଭାରତ ଏହିଠାରୁ ଫାଇଟର ବିମାନ ସହଜରେ ଉଡାଣ କରିପାରିବ । ଭାରତ ସହ ଚୀନର ଉତ୍ତେଜନାକୁ ଦୃଷ୍ଟିରେ ରଖି ଏହି ସାମରିକ ବିମାନ ଭାରତ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ଯୁଦ୍ଧ ସମୟରେ ଏହି ଠାରୁ ଚୀନକୁ ସହଜରେ ଆକ୍ରମଣ କରିହେବ ।

ପୂର୍ବ ଲଦାଖର ଗୁରୁତ୍ୱପୂର୍ଣ୍ଣ ନ୍ୟୋମା ଅଞ୍ଚଳରେ ସୀମା ସଡ଼କ ସଂଗଠନ ଦ୍ୱାରା ଏକ ନୂତନ ଏୟାରଫିଲ୍ଡ ନିର୍ମାଣ ପାଇଁ ମୋଟ ୨୧୮ କୋଟି ଟଙ୍କା ଖର୍ଚ୍ଚ ହେବ। ସୀମାରେ ଚୀନର ବଢ଼ୁଥିବା ଅନୁପ୍ରବେଶ ଓ ସାମରିକ କାର୍ଯ୍ୟକ୍ରମକୁ ପ୍ରତିହତ କରିବା ପାଇଁ ଏହି ପ୍ରକଳ୍ପ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.