Below header

ସାପକୁ ଡରୁଥିବାରୁ ‘ନାଗିନା’ ଭୂମିକାରେ ଅଭିନୟ କରିବା ପାଇଁ ମନା କରିଥିଲେ ଏହି ଅଭିନେତ୍ରୀ, ଫଳରେ ଶ୍ରୀଦେବୀଙ୍କୁ କରାଯାଇଥିଲା ଅଫର

“ମେ ତେରି ଦୁଶମନ…ଦୁଶମନ ତୁ ମେରା ମେ ନାଗିନ ତୁ ସପେରା…” ଏହି ଗୀତ ଶୁଣିବା ପରେ ନିଶ୍ଚିୟ ଆପଣମାନଙ୍କ ମନରେ ଧଳା ରଙ୍ଗର ଡ୍ରେସରେ ନାଗିନ ଭଳି ଡ୍ୟାନ୍ସ କରୁଥିବା ଶ୍ରୀଦେବୀଙ୍କ ସୁନ୍ଦର ଛବି ସାମ୍ନାକୁ ଚାଲିଆସୁଥିବ | ୧୯୭୬ ମସିହାରେ ରିଲିଜ ହୋଇଥିବା ଫିଲ୍ମ’ନାଗିନା’ ଆପଣମାନେ ତ ନିଶ୍ଚିତ ଦେଖିଥିବେ |

ଶ୍ରୀଦେବୀଙ୍କ ଅଭିନୀତ ଏହି ଫିଲ୍ମ ତାଙ୍କ କ୍ୟାରିୟର ପାଇଁ ଖୁବ ଲକି ଥିଲା | ପରେ ପରେ ସେ ଫିଲ୍ମରେ ବହୁ ସୁଯୋଗ ପାଇଥିଲେ | କିନ୍ତୁ କ’ଣ ଆପଣମାନେ ଜାଣନ୍ତି କି ଏହି ଭୂମିକାରେ ଅଭିନୟ କରିବା ପାଇଁ ପ୍ରଥମେ ଜୟପ୍ରଦାଙ୍କୁ ଅଫର ଦିଆଯାଇଥିଲା |

ଫିଲ୍ମ ‘ନାଗିନା’ରେ ଋଷି କପୁର, ଅମରେଶ ପୁରୀ ଏବଂ ଶ୍ରୀଦେବୀଙ୍କ ଭଳି ଖ୍ୟାତନାମା କଳାକାରମାନେ ଅଭିନୟ କରିଥିଲେ | ଏହି ଫିଲ୍ମରେ ଋଷି କପୁରଙ୍କ ନାଗିନା ଅଭିନୟ ଦର୍ଶକଙ୍କ ମନ କିଣିପାରିଥିଲା | ସୂଚନା ଅନୁଯାୟୀ ଏହି ଫିଲ୍ମରେ ଅଭିନୟ କରିବା ପାଇଁ ନିର୍ଦେଶକ ହରମେଶ ମାଲହୋତ୍ରା ପ୍ରଥମେ ଜୟପ୍ରଦାଙ୍କୁ ଅଫର ଦେଇଥିଲେ |

କିନ୍ତୁ ନାଗିନି ଚରିତ୍ରରେ ଅଭିନୟ କରିବା ପାଇଁ ଜୟପ୍ରଦା ମନା କରିଦେଇଥିଲେ | କାରଣ ସେ ସାପକୁ ବହୁତ ଡରୁଥିଲେ | ପରେ ଏହି ଭୂମିକାରେ ଅଭିନୟ କରିବା ପାଇଁ ଶ୍ରୀଦେବୀଙ୍କୁ ଅଫର କରାଯାଇଥିଲା, ଯେଉଁଥିରେ ସେ ବହୁତ ସୁନ୍ଦର ଅଭିନୟ କରି ଦର୍ଶକଙ୍କ ମନ କିଣି ପାରିଥିଲେ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.