ମିସ୍‌ ବରପାଲି ୨୦୨୨ ମୁକୁଟ ପିନ୍ଧିଲେ ଶୁଭ୍ର ସ୍ୱାଗତିକା, ସାଂସ୍କୃତିକ କାର୍ଯ୍ଯକ୍ରମରେ ଦୁଲୁକିଲା ମଞ୍ଚ

ବରଗଡ(କେନ୍ୟୁଜ୍):  ବରଗଡ ଜିଲ୍ଲା ବରପାଲି ସହରର କେଡି ଭବନରେ ସରିଛି ମିସ୍‌ ବରପାଲି ୨୦୨୨ । ୨୭ ଜଣ ଯୁବତୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ମିସ୍‌ ବରପାଲି ୨୦୨୨ ହୋଇଛନ୍ତି ଶୁଭ୍ର ସ୍ୱାଗତିକା ସାହୁ । ଦ୍ବିତୀୟ ସ୍ଥାନରେ ମୁକ୍ତା ମେହେର ଏବଂ ତୃତୀୟ ସ୍ଥାନରେ ପ୍ରତିଜ୍ଞା ଦାଶ ।

ଏହି ଭଳି ପ୍ଲାଟଫର୍ମ ପାଇ ନିଜର କଳା ପ୍ରଦର୍ଶନ କରି ପାରିଥିବାରୁ ପ୍ରତିଯୋଗୀ ମାନେ ବେଶ ଖୁସି ହେବା ସହ ଆୟୋଜକଙ୍କୁ ଧନ୍ଯବାଦ ଅର୍ପଣ କରିଛନ୍ତି । ତେବେ ନୂଆଁ ନୂଆଁ ଡିଜାଇନର ସମ୍ବଲପୁରୀ ବସ୍ତ୍ର ଲୋକ ଲୋଚନକୁ ଆଣିବା ସହ ଲୁଚି ଲୁଚି ଯାଉଥିବା ପ୍ରତିଭା ମାନଙ୍କୁ ଆଗକୁ ଆଣିବା ଉଦ୍ଧେଶ୍ଯରେ ବରଗଡ ଜିଲ୍ଲା ବରପାଲି ସହରର କେଡି ଭବନ ଠାରେ ଅନୁଷ୍ଠିତ ହୋଇଛି ଏହି ମିସ୍‌ ବରପାଲି ୨୦୨୨ ।  ଅନ୍ଯପଟେ ସମ୍ବଲପୁରୀ ନୃତ୍ୟର ତାଳେ ତାଳେ ଦର୍ଶକମାନେ ଖୁବ୍ ଝୁମି ଥିଲେ । ଏହି ଉତ୍ସବରେ ମୁଖ୍ଯ ଆକର୍ଷଣ ସାଜିଥିଲେ ପଦ୍ମଶ୍ରୀ ଡ଼ ଜିତେନ୍ଦ୍ରିୟ ହରିପାଳ, ପଦ୍ମଶ୍ରୀ ଲୋକକବି ଡ଼ ହଲଧର ନାଗ ଏବଂ ବିଜେପୁର ବିଧାୟିକା ରୀତା ସାହୁ ।

ସମ୍ବଲପୁରୀ କପଡାର ପ୍ରଚାର ପ୍ରସାର ସାଙ୍ଗକୁ ଅଞ୍ଚଳର ଯୁବ ପ୍ରତିଭା ମାନଙ୍କୁ ଆଗକୁ ଆଣିବା ପାଇଁ ମିସ୍‌ ବରପାଲି ୨୦୨୨ର ଆୟୋଜନ କରାଯାଇଛି ବୋଲି କୁହନ୍ତି ଆୟୋଜକ ଅବନୀ ମେହେର । ଏହା ସହ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମମାଟିରେ ଏଭଳି କାର୍ଯ୍ଯକ୍ରମକୁ ପ୍ରଶଂସା କରିଥିଲେ ଅତିଥିମାନେ । ମିସ୍‌ ବରପାଲି ୨୦୨୨ ସହ ସାଂସ୍କୃତିକ କାର୍ଯ୍ଯକ୍ରମରେ ଦୁଲୁକିଥିଲା ମଞ୍ଚ । ସମ୍ବଲପୁରୀ ବସ୍ତ୍ର ତିଆରିର ଗଡ ଭାବେ ପରିଚିତ ବରପାଲି ମାଟିରେ ଏଭଳି ଆୟୋଜନ ନିଶ୍ଚିତ ଭାବେ ଆଗାମୀ ଦିନରେ ବୁଣାକାରଙ୍କ ସହ ଲୁଜିଯାଉଥିବା ଯୁବ ପ୍ରତିଭାମାନଙ୍କୁ ପ୍ରେରଣା ଦେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.