କାମ ଆରମ୍ଭ କର ନଚେତ୍ ବିବାହ କର ! ଏକତା କପୁରଙ୍କୁ ଜିତେନ୍ଦ୍ରଙ୍କ ଚେତାବନୀ

ଟିଭି ସାମ୍ରାଜ୍ଯର ମଲ୍ଲିକା ଏକତା କପୁର । ଟିଭି ଇଣ୍ଡଷ୍ଟ୍ରୀର ସେ ବହୁ କଳାକାରଙ୍କ ଜୀବନ ଗଢ଼ିଛନ୍ତି । ବହୁତ ଭଲ ବିଜିନେସ ମ୍ଯାନ ସାଙ୍ଗକୁ ଜଣେ ଭଲ ରଣନିତିକାର ମଧ୍ୟ ଏକତା । ସେ ଟିଭିର ଫ୍ଯାମିଲି ଡ୍ରାମା ସହିତ ନିଜର ଚିନ୍ତାଧାରାକୁ ଟିଭି ମାଧ୍ୟମରେ ସମସ୍ତଙ୍କୁ ଅବଗତ କରାନ୍ତି ।ଏକତାଙ୍କୁ ନିଜ ଟାର୍ଗେଟ ଅଡିୟାନ୍ସ ସମ୍ପର୍କରେ ଜଣା ଅଛି । କିନ୍ତୁ ଏସବୁ ତାଙ୍କ ପାଇଁ ସରଳ ନଥିଲା । କେମିତି ସେ ଏହି ସଫଳତା ପାଇଛନ୍ତି ସେନେଇ ମୁହଁ ଖୋଲିଛନ୍ତି ନିଜେ ଏକତା ।

ଏକତାଙ୍କ କହିବା ଅନୁଯାୟୀ ଯେ ସେ ଯେତେବେଳେ ବଡ ହେଉଥିଲେ ସେତେବେଳେ ବହୁତ ଦୁଷ୍ଟ ହେଉଥିଲେ । ଲଙ୍ଗ ଡ୍ରାଇଭାରେ ଯିବା ,ପାର୍ଟି କରିବା ଏହି ସବୁ ତାଙ୍କ କାମ ଥିଲା । ତାଙ୍କର ନିଜ ରୁଚିକୁ ନେଇକି କୌଣସି ଆଇଡିଆ ନଥିଲା । ଏକ ପ୍ରଡକସନ ହାଉସରେ କାମ କରୁଥିଲେ । ହେଲେ କାମ ପାଇଁ ନୁହେଁ ବରଂ ବାପା ଜିତେନ୍ଦ୍ରଙ୍କ ନଜରରୁ ଦୂରେଇ ରହିବାର ଏକ ମାଧ୍ୟମ ଥିଲା । ତେବେ ଗୋଟିଏ ଦିନ ଜିତେନ୍ଦ୍ର ତାଙ୍କ ପାଖକୁ ଆସି କହିଲେ ଯେ ବର୍ତ୍ତମାନ କାମ ଆରମ୍ଭ କରିବାକୁ ପଡିବ । ଏଥିରେ ଆଶ୍ଚର୍ଯ୍ଯ ହୋଇ ଏକତା ପଚାରିଥିଲେ ମୁଁ କାମ କଣ ପାଇଁ କରିବି । ଏହାର ଉତ୍ତରରେ ଜିତେନ୍ଦ୍ର କହିଥିଲେ ’କଲେଜ୍ ଯାଉନ ।ତେଣୁ କାମ କର ନଚେତ୍ ବାହା ହୋଇଯାଅ । ମୁଁ ଚାହୁଁନି ସାରାଦିନ ଏମିତି ଟଙ୍କା ଖର୍ଚ୍ଚ କର। ବଲିଉଡରେ ମୋ ସ୍ଥାନ ମୁଁ ନିଜେ ତିଆରି କରିଛି । ତେଣୁ ମୁଁ କେବେବି ଚାହିଁବିନି ମୋ ପିଲାମାନେ ଟଙ୍କାର ମୁଲ୍ଯକୁ ନ ବୁଝିପାରି ତାର ଦୁରୁପଯୋଗ କରନ୍ତୁ ।

ଏହା ପରେ ଆଉ ପଛକୁ ଚାହିଁ ନାହାଁନ୍ତି ଏକତା । ନିଜର ପରିଶ୍ରମ ବଳରେ ଛୋଟ ପରଦାରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ଏବଂ ପରିଚୟ ସୃଷ୍ଟି କରିପାରିଛନ୍ତି ଏକତା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.