‘ଯୋଦ୍ଧା ଆକବର’ ଫେମ୍ ମନୀଷା ଯାଦବଙ୍କ ପରଲୋକ, ଦୁଃଖରେ ଟେଲିଜଗତ

ହିନ୍ଦୀ ଧାରାବାହିକ ‘ଯୋଦ୍ଧା ଆକବର’ରେ ସଲୀମା ବେଗମ୍ ଭୂମିକାରେ ଲୋକପ୍ରିୟତା ସାଉଁଟି ଥିବା ବଲିଉଡ୍ ଅଭିନେତ୍ରୀ ମନୀଷା ଯାଦବଙ୍କର ପରଲୋକ ହୋଇଛି। ଖବର ସାମ୍ନାକୁ ଆସିବା ପରେ ଅନେକ ଟେଲି କଳାକାର ସୋସିଆଲ୍‌ ମିଡିଆରେ ମନୀଷାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ତେବେ ଅଭିନେତ୍ରୀଙ୍କୁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ବ୍ରେନ୍ ହାମରେଜ ଯୋଗୁ ମନୀଷାଙ୍କ ମୃତ୍ୟୁ ହୋଇଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ମନୀଷାଙ୍କ ମୃତ୍ୟୁ ହୋଇଥିବା ନେଇ ଯୋଦ୍ଧା ଆକବରର ଆଉ ଜଣେ ଷ୍ଟାର୍ ପରିଧି ଶର୍ମା ସୂଚନା ଦେଇଛନ୍ତି।

ମନୀଷାଙ୍କ ମୃତ୍ୟୁ ନେଇ କାହାକୁ ଜଣା ନଥିଲା। ମନୀଷଙ୍କର ବର୍ଷକର ଏକ ପୁଅ ଅଛି। ଗତ ଜୁଲାଇ ମାସରେ ମନୀଷା ତାଙ୍କ ପୁଅର ଜନ୍ମଦିନ ଖୁସି ପାଳନ କରିଥିଲେ ବୋଲି ପରିଧି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.