ଖୋର୍ଦ୍ଧା ରାସ୍ତାରେ ସ୍କୁଟିକୁ ଧକ୍କା ଦେଲା ଟ୍ରକ୍: ଦୁର୍ଘଟଣାରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଖୋର୍ଦ୍ଧା(କେନ୍ଯୁଜ୍): ଦୁର୍ଘଟଣାରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ୧୬ ନଂ ଜାତୀୟ ରାଜପଥ ର ଖୋର୍ଦ୍ଧା ରାସ୍ତାରେ। ବେଗୁନିଆ ଥାନା ଅନ୍ତର୍ଗତ ଡିଙ୍ଗର ଗ୍ରାମର ସନାତନ ଦାସ ଏବଂ ତାଙ୍କ ପତ୍ନୀ ମଞ୍ଜୁଲତା ଦାସ ସ୍କୁଟି ଯୋଗେ ଭୁବନେଶ୍ୱରରୁ ନିଜ ଗ୍ରାମକୁ ଯାଉଥିଲେ।

ହେଲେ ଜାତୀୟ ରାଜପଥରେ ଏକ ଟ୍ରକ୍ ସ୍କୁଟିକୁ ଧକ୍କା ଦେଇଥିଲା । ଯାହାଫଳରେ ଉଭୟ ତଳେ ପଡିଯାଇଥିଲେ। ଟ୍ରକର ଚକ ମଞ୍ଜୁଲତାଙ୍କ ଉପରେ ଚଢିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଉଭୟ ମୃତ ଏବଂ ଆହତଙ୍କୁ ମେଡ଼ିକାଲ ପଠାଇ ତଦନ୍ତ ଜାରି ରଖିଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.