Below header

ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌ଙ୍କ ବିରୋଧରେ ଆକ୍ରମଣ ଅଭିଯୋଗ ଆଣିଲେ ସାମ୍ବାଦିକ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌ ଓ ତାଙ୍କ ବଡିଗାର୍ଡଙ୍କ ବିରୋଧରେ ଆକ୍ରମଣର ଅଭିଯୋଗ ଆଣିଛନ୍ତି ଜଣେ ସାମ୍ବାଦିକ । ଉକ୍ତ ସାମ୍ବାଦିକ ଜଣଙ୍କ ନାଁ ଅଶୋକ ପାଣ୍ଡ୍ୟା । ସୂଚନା ଅନୁଯାୟୀ ସାମ୍ବାଦିକ ଜଣଙ୍କ ସଲମାନ୍‌ ଖାନ୍‌ଙ୍କୁ ସାଇକେଲ ଚଲାଉଥିବାର ଦେଖିଥିଲେ ଏବଂ ସେ ଏହାର ଭିଡିଓ ନେବା ପାଇଁ ଚେଷ୍ଟା କରିଥିଲେ । ସେହି ସମୟରେ ହିଁ ତାଙ୍କ ଉପରେ ଆକ୍ରମଣ ହୋଇଥିବା ସେ କହିଛନ୍ତି। ସାମ୍ବାଦିକ ଅଶୋକ ପାଣ୍ଡ୍ୟା ଅନ୍ଧେରୀର ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟନ୍‌ ମାଜିଷ୍ଟ୍ରେଟ ଆରଆର ଖାନ୍‌ଙ୍କ ଅଦାଲତରେ ଧାରା ୩୨୩, ୩୯୨ ଓ ୫୦୬ଜରିଆରେ ମାମଲା ରୁଜୁ କରିଛନ୍ତି। ତେବେ ଏହି ମାମଲା ଉପରେ ଜୁଲାଇ ୧୨ରେ ଶୁଣାଣି ହେବ।

salman khanପାଣ୍ଡ୍ୟାଙ୍କ କହିବାନୁସାରେ, ଏପ୍ରିଲ ୨୪ ତାରିଖ ସକାଳେ ସେ କାର୍‌ରେ ଯାଉଥିବା ସମୟରେ ସଲମାନ୍‌ଙ୍କୁ ଦେଖିବା ପରେ ତାଙ୍କ ଅଙ୍ଗରକ୍ଷୀଙ୍କ ଠାରୁ ଅନୁମତି ନେଇ ଭିଡିଓ ବନାଇବାକୁ ଲାଗିିଥିଲେ। କିନ୍ତୁ ସଲମାନ୍‌ ଏହାକୁ ନେଇ ଖପ୍ପା ହୋଇ ଯାଇଥିଲେ। ଏହାପରେ ସଲମାନ୍‌ଙ୍କ ବଡିଗାର୍ଡ ପାଣ୍ଡ୍ୟାଙ୍କ କାର୍‌ ଅଭିମୁଖେ ଯାଇ ମାରପିଟ କରିବା ଆରମ୍ଭ କରିଥିଲେ, କେବଳ ଏତିକି ନୁହେଁ ତାଙ୍କ ମୋବାଇଲ୍‌ ବି ଛଡ଼ାଇ ନେଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.