‘କହେ ବଲ୍ଲଭ’ : ଓଡ଼ିଶାର ଲୋକକଳା ମୋଗଲ ତାମସାକୁ ବଞ୍ଚାଇ ରଖିବାର ଏକ ନିଆରା ପ୍ରୟାସ

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସ୍ପେସାଲ ଜୁରୀ ଆଓ୍ଵାର୍ଡ଼ର ସମ୍ମାନ ମିଳିଛି ‘କହେ ବଲ୍ଲଭ’ ସିନେମାକୁ । ‘କହେ ବଲ୍ଲଭ’ ଫିଲ୍ମଟି ଭଦ୍ରକର ଲୋକକଳା ମୋଗଲ ତାମସା ଉପରେ ପର୍ଯ୍ୟବସିତ । କଳାରେ ଉତ୍କର୍ଷ ପାଇଁ ନାଁ ହୋଇଛି ଉତ୍କଳ । ପାଲା, ଦାସକାଠିଆ ଭଳି ଅନେକ ଲୋକକଳା ହେଉଛି ବିଶ୍ୱକୁ ଓଡ଼ିଶାର ଦାନ । ତେବେ ତା ଭିତରେ ସବୁଠୁ ଭିନ୍ନ, ସବୁଠୁ ନିଆରା

ITI SAMANTA
ଡ. ଇତି ସାମନ୍ତ

ହେଉଛି ମୋଗଲ ତାମସା । ଦୁଇଟି ଜାତି ଭିତରେ ଭାଇଚାରା ସୃଷ୍ଟି ସାଙ୍ଗକୁ ମନୋରଞ୍ଜନ ଓ ଶିକ୍ଷଣୀୟ କଥାକୁ ପରିବେଷଣ କରେ ମୋଗଲ ତାମସା । ଅଷ୍ଟାଦଶ ଶତାବ୍ଦୀ ବେଳକୁ ରାଜ୍ୟର ପୂର୍ବାଞ୍ଚଳ ଭଦ୍ରକରେ ଏହି ମୋଗଲ ତାମସା ଜନ୍ମନିଏ । ସମୁଦ୍ରକୂଳବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଭଦ୍ରକ ଥିଲା ବିଦେଶୀମାନଙ୍କର ପ୍ରବେଶ ପଥ । ଏହି ବାଟ ଦେଇ ଓଡ଼ିଶାକୁ ଆସୁୁଥିଲେ ବିଦେଶୀମାନେ । ଆଫ୍‌ଗାନ୍‌, ମୋଗଲ୍‌ ଓ ମରାଠାମାନେ ଓଡ଼ିଶାରେ ଶାସନ କରିଥିଲେ । ତାରି ପ୍ରଭାବ ଦେଖିବାକୁ ମିଳେ ମୋଗଲ ତାମସାରେ ।ଭଦ୍ରକର କବି ଓ ନାଟ୍ୟକାର ବଂଶୀ ବଲ୍ଲଭ ଗୋସ୍ୱାମୀ ଏହି ଗ୍ରାମ୍ୟ ନାଟ୍ୟ କଳାର ସୃଷ୍ଟିକର୍ତ୍ତା । ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ସାମ୍ପ୍ରଦାୟିକ ସଦଭାବନା ସାଙ୍ଗକୁ ମନୋରଞ୍ଜନ ଥିଲା ମୋଗଲ ତାମସାର ମୁଖ୍ୟ ଉଦ୍ଦେଶ୍ୟ । ଏଥିରେ ବିଶେଷ କରି ହାସ୍ୟ ଛଳରେ ମୋଗଲ ଶାସନକୁ କଟାକ୍ଷ କରି ପରିବେଷଣ କରାଯାଉଥିଲା । ନାଚ, ଗୀତ ଆଉ ଅଭିନୟ ମାଧ୍ୟମରେ କଳାକାରମାନେ ଦର୍ଶକଙ୍କୁ ହସାଇ ଥାନ୍ତି । ତେବେ ଏଥିରେ ପାର୍ଶି, ଉର୍ଦ୍ଦୁ, ହିନ୍ଦୀ, ବେଙ୍ଗଲୀ ଏବଂ ଓଡ଼ିଆ ଭାଷାର ମିଶ୍ରଣ ଦେଖିବାକୁ ମିଳେ ।୨୦୧୮ ମସିହାରେ ଫିଲ୍ମଟିକୁ ପୂର୍ବରୁ ଦାଦା ସାହେବ ଫାଲକେ ଇଣ୍ଟରନେସନାଲ ଫେଷ୍ଟିଭାଲ, ତୃତୀୟ ସାଉଥ୍‌ ଏସିଆନ୍‌ ସର୍ଟ ଫିଲ୍ମ ଫେଷ୍ଟିଭାଲ ଓ ସପ୍ତମ ମୁମ୍ବାଇ

HIMANSHU KHATUA
ହିମାଂଶୁ ଖଟୁଆ

ଅନ୍ତର୍ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇ ସାରିଛି । ସପ୍ତମ ମୁମ୍ବାଇ ଅନ୍ତର୍ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବରେ ସାରା ବିଶ୍ୱରୁ ଆସିଥିବା ୭୫୦ଟି ଚଳଚ୍ଚିତ୍ର ଭିତରୁ ଓଡ଼ିଶାର ‘କହେ ବଲ୍ଲଭ’ ଚଳଚ୍ଚିତ୍ରକୁ ମିଳିଥିଲା ଶ୍ରେଷ୍ଠ ସିନେମାଟୋଗ୍ରାଫର ପୁରସ୍କାର । ଏହି ଚଳଚ୍ଚିତ୍ରରେ ସିନେମାଟୋଗ୍ରାଫର ଦାୟିତ୍ୱ ତୁଲାଇଥିଲେ ମାନସ ରଥ । ସମ୍ପାଦନା କରିଥିଲେ ଅଜୟ ମିଶ୍ର ଓ ନିର୍ଦ୍ଦେଶନା ଦେଇଥିଲେ ବିଶିଷ୍ଟ

ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଖଟୁଆ । ଡ. ଅଚ୍ୟୁତ ସାମନ୍ତଙ୍କ ନିବେଦିତ ଏହି ଚଳଚ୍ଚିତ୍ରଟିର ପ୍ରଯୋଜିକା ହେଉଛନ୍ତି ଡ. ଇତି ସାମନ୍ତ । କାଦମ୍ବିନୀ ମିଡିଆ ତରଫରୁ ଏହି ଫିଲ୍ମର ନିର୍ମାଣ କରାଯାଇଥିଲା । ସୂଚନାଯୋଗ୍ୟ, ଏହା ପୂର୍ବରୁ କାଦମ୍ବିନୀ ମିଡିଆ ‘କଥାନ୍ତର’ ଓ କ୍ରାନ୍ତିଧାରା’ ଭଳି ଫିଲ୍ମ ନିର୍ମାଣ କରି ଇତିହାସ ସୃଷ୍ଟି କରିଛି । ଆଧୁନିକତାର ଛାପରେ ଡୁବି ଯାଉଥିବା ମୋଗଲ ତାମସା ଭଳି ଲୋକପ୍ରିୟ ଲୋକ କଳାକୁ ବଞ୍ଚାଇ ରଖିବା ପାଇଁ ପ୍ରାୟାସ କରାଯାଇଥିଲା । ମୋଗଲ ତାମସା ସହିତ ସଂପୃକ୍ତ ଅନେକ ବ୍ୟକ୍ତି ବିଶେଷଙ୍କ ମତାମତ ନେଇ ଏକ ସୁନ୍ଦର ଉପସ୍ଥାପନା ହେଉଛି ‘କହେ ବଲ୍ଲଭ’ । ଯାହାକି ହିମାଂଶୁ ଖଟୁଆଙ୍କର ଏକ ଗବେଷଣାତ୍ମକ ଚଳଚ୍ଚିତ୍ର । ଏହି ସିନେମା ଜରିଆରେ ଉତ୍କଳୀୟ ସଂସ୍କୃତିର ପୁନରୁଦ୍ଧାର ପାଇଁ କାଦମ୍ବିନୀ ମିଡିଆ କରିଥିଲା ଏକ ଅଭିନବ ପ୍ରୟାସ । ଯାହାକୁ ମିଳିଛି ଆଉ ଏକ ସ୍ୱୀକୃତି ।

MOGHAL TAMSHA_IMAGE

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.