Below header

ମୟୂରଭଞ୍ଜ: ବିଶ୍ୱର ଏକମାତ୍ର କଳାମୁଗୁନି ପଥର ମନ୍ଦିର, ଇତିହାସ ଦୃଷ୍ଟିରୁ ଖିଚିଂର ରହିଛି ସ୍ୱତନ୍ତ୍ର ପରିଚୟ 

ମୟୂରଭଞ୍ଜ: ଇତିହାସ ଦୃଷ୍ଟିରୁ ମୟୂରଭଞ୍ଜ ଜିଲ୍ଲା ଖିଚିଂର ସ୍ୱତନ୍ତ୍ର ପରିଚୟ ରହିଛି । ୧୫ଶହ ବର୍ଷ ପୁରୁଣା ଏହି ମନ୍ଦିରରେ ରହିଛି ଅନେକ ଇତିହାସ । ମନ୍ଦିରରେ ପୂଜା ପାଉଛନ୍ତି ମାଆ କୀଚକେଶ୍ୱରୀ । ଖିଚିଂ ମନ୍ଦିର ସମ୍ପୂର୍ଣ୍ଣ ଭାବେ କଳା ମୁଗୁନି ପଥରରେ ନିର୍ମାଣ କରାଯାଇଛି । ରାଜ୍ୟର ବିଭିନ୍ନ ଶକ୍ତିପୀଠ ମଧ୍ୟରୁ ଖିଚିଂର ପରମ୍ପରା ନିଆରା ।

ମୟୂରଭଞ୍ଜ ଜିଲ୍ଲାର ଖିଚିଂ ପୀଠ । ଏଠାରେ ପୂଜା ପାଉଛନ୍ତି ମାଆ କୀଚକେଶ୍ୱରୀ । ଏହୀ ପୀଠଟି ମୟୂରଭଞ୍ଜ ଶେଷ ସୀମାରେ ଅବସ୍ଥିତ । ମନ୍ଦିରଟି ସମ୍ପୂର୍ଣ୍ଣ କଳା ମୁଗୁନି ପଥରରେ ତିଆରି ହୋଇଛି । ସମଗ୍ର ବିଶ୍ୱରେ ଏହା ଏକ ମାତ୍ର କଳାମୁଗୁନି ପଥର ମନ୍ଦିର । ମନ୍ଦିରର ଚତୁଃପାର୍ଶ୍ୱ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପୂରି ରହିଛି ।

ଖିଚିଂ ମନ୍ଦିର ପରିସରରେ ରହିଛି ଓଡ଼ିଶାର ସର୍ବ ପୁରାତନ ସଂଗ୍ରହାଳୟ । ସଂଗ୍ରାହଳୟରେ ରହିଛି ବିଭିନ୍ନ ପ୍ରକାର ପ୍ରତିମୂର୍ତ୍ତି ସହ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ । ଏହା ସହ ରହିଛି ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ଏବଂ ଅଳଙ୍କାରରେ ବ୍ୟବହାର କରାଯାଉଥିବା ପଥର । ଏଠିକା କଳା ଏବଂ ସଂସ୍କୃତିକୁ ଉଜ୍ଜୀବିତ ରଖିବା ପାଇଁ ସଂଗ୍ରହାଳୟଟିକୁ ସ୍ଥାପନ କରାଯାଇଥିଲା । ବର୍ତ୍ତମାନ ଏହା ବହୁ ଅସୁବିଧା ଦେଇ ଗତି କରୁଛି । ଖିଚିଂକୁ ସରକାରୀ କିମ୍ବା ବେସରକାରୀ ବସ୍‌ କାଁ ଭାଁ ଚାଲୁଥିବାରୁ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.