Below header

ବଲିଉଡ୍‌ର କୌଣସି ଷ୍ଟାର ମୋ ବନ୍ଧୁ ହେବାକୁ କି ଘରକୁ ଆସିବାକୁ ଯୋଗ୍ୟ ନୁହେଁ, ଏଥିପାଇଁ ଯୋଗ୍ୟତା ଦରକାର: କଙ୍ଗନା ରାଣାଓ୍ଵତ୍‌

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ ସବୁବେଳେ ନିଜ ସାଥୀ ସେଲିବ୍ରିଟିଙ୍କ ପ୍ରତି ଅସନ୍ତୁଷ୍ଟ ମନୋଭାବ ଦେଖାଥାନ୍ତି। ବଲିଉଡ୍‌ର ଅନ୍ୟ ତାରକାଙ୍କୁ ନେଇ ସେ ସବୁ ବେଳେ କିଛି ନା କିଛି ଟିପ୍ପଣୀ ଦେଇଥାନ୍ତି। ଯାହା ଫଳରେ ବିବାଦ ମଧ୍ୟକୁ ଟାଣି ହୋଇ ଯାଇଥାନ୍ତି ଏହି ହିରୋଇନ୍‌। ଏବେ ପୁଣିଥରେ ସେଭଳି ଏକ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି କଙ୍ଗନା ରାଣାଓ୍ଵତ୍‌। କଙ୍ଗନା କହିଛନ୍ତି, ଇଣ୍ଡଷ୍ଟ୍ରୀରେ ତାଙ୍କର କୌଣସି ବନ୍ଧୁ ନାହାନ୍ତି।

ନିକଟରେ ଏକ ଇଣ୍ଟରଭ୍ୟୁରେ କଙ୍ଗନା ରାଣାଓ୍ଵତ୍‌ କହିଛନ୍ତି, ତାଙ୍କୁ ଲାଗୁନି ଯେ ବଲିଉଡ୍‌ରେ କେହି ବି ତାଙ୍କ ବନ୍ଧୁ ହେବାକୁ ଯୋଗ୍ୟ। ଏ ଅବସରରେ ସେ ଆହୁରି ମଧ୍ୟ କହିଥିଲେ କି ବଲିଉଡ୍‌ରେ ଏମିତି ଜଣେ ବି ବ୍ୟକ୍ତି ନାହାନ୍ତି, ଯାହାକୁ ସେ ଘରକୁ ଡାକିବାକୁ ଚାହୁଁଛନ୍ତି। କ୍ୱିନ୍‌ ଅଭିନେତ୍ରୀଙ୍କ ମୁତାବକ, ଇଣ୍ଡଷ୍ଟ୍ରୀରେ କେହି ତାଙ୍କ ବନ୍ଧୁ ହେବା ଯୋଗ୍ୟ ନୁହେଁ କି କାହାର ଘରକୁ ଆସିବା ଅଧିକାର ବି ନାହିଁ।

ଏ ଅବସରରେ କଙ୍ଗନାଙ୍କୁ ବଲିଉଡ୍‌ର ତିନି ଜଣଙ୍କ ନାଁ ନେବାକୁ କୁହାଯାଇଥିଲା, ଯାହାକୁ ସେ ରବିବାର ଭୋଜନ ପାଇଁ ଡାକିବାକୁ ଚାହୁଁଛନ୍ତି। ଏହାର ଜବାବରେ କଙ୍ଗନା କହିଥିଲେ- ବଲିଉଡ୍‌ରେ ଏହି ସେବା ପାଇବାକୁ କେହି ବି ଯୋଗ୍ୟ ନୁହେଁ। ଘରକୁ ବି କେବେ ବି ଡାକିବିନି। ବାହାରେ ଯଦି ଦେଖା ହେଲା ଠିକ୍‌ ଅଛି। ଘରକୁ କିଏ ଡାକିବ।

ସେହିପରି ଇଣ୍ଡଷ୍ଟ୍ରୀରେ ତାଙ୍କ ବନ୍ଧୁଙ୍କ ବିଷୟରେ ପଚରାଯିବାରୁ ସେ କହିଥିଲେ- ନା! ବଲିଉଡ୍‌ରେ ମୋର କେହି ବନ୍ଧୁ ନାହାନ୍ତି। କେହି ମୋ ବନ୍ଧୁ ହେବାକୁ ଯୋଗ୍ୟ ନୁହେଁ। ଏଥିପାଇଁ ଯୋଗ୍ୟତା ଦରକାର।


ସୂଚନାଯୋଗ୍ୟ ଯେ ଆଗକୁ କଙ୍ଗନା ରାଣାଓ୍ଵତ୍‌ଙ୍କୁ ଧାକଡ଼ ଫିଲ୍ମରେ ନୂଆ ଅବତାରରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ସେ ହାର୍ଡ କୋର ଆକ୍ସନ୍‌ କରୁଥିବା ଦେଖିବାକୁ ମିଳିବ। କଙ୍ଗନାଙ୍କ ବ୍ୟତୀତ ଧାକଡ଼ରେ ଶାଶ୍ୱତ ଚାଟାର୍ଜୀ, ଦିବ୍ୟା ଦତ୍ତା ଓ ଅର୍ଜୁନ୍‌ ରାମପାଲ ପ୍ରମୁଖ କଳାକାର ମଧ୍ୟ ନଜର ଆସିବେ।

Also Read: ପାକିସ୍ତାନ, ଶ୍ରୀଲଙ୍କା, ଆମେରିକା, ଚୀନ୍‌ ଠାରୁ ବି ଭାରତରେ ମହଙ୍ଗା ଅଛି ପେଟ୍ରୋଲ; ଏସବୁ ଦେଶରେ ମିଳୁଛି ଶସ୍ତାରେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.