Below header

ହାର୍ଟଆଟାକରେ ଲୋକପ୍ରିୟ କନ୍ନଡ ଷ୍ଟାର ନୀତିନ ଗୋପୀଙ୍କ ପରଲୋକ, ମୃତ୍ୟୁ ବେଳକୁ ୩୯ ବର୍ଷ ହୋଇଥିଲା

ଆଉ ନାହାନ୍ତି ଲୋକପ୍ରିୟ କନ୍ନଡ ଷ୍ଟାର ନୀତିନ ଗୋପୀ । ହାର୍ଟଆଟାକରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ମୃତ୍ୟୁବେଳକୁ ତାଙ୍କୁ ୩୯ ବର୍ଷ ହୋଇଥିଲା।

କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ଏକ ଦୁଃଖଦ ଖବର । କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତା ନୀତିନ ଗୋପୀଙ୍କ ପରଲୋକ ହୋଇଛି । ଶୁକ୍ରବାର ସକାଳ ହାର୍ଟଆଟାକରେ ୩୯ ବର୍ଷୀୟ ଅଭିନେତାଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ନୀତିନଙ୍କ ମୃତ୍ୟୁରେ ତାଙ୍କ ପରିବାରକୁ ଶକ୍ତ ଧକ୍କା ଲାଗିଛି । ତାଙ୍କ ମୃତ୍ୟୁରେ ସମଗ୍ର କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି ।

ଖବର ମୁତାବକ, ନୀତିନ ଗୋପୀ ବାଙ୍ଗାଲୋର ସ୍ଥିତ ଘରେ ଥିବା ବେଳେ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ସେ ଅସୁସ୍ଥତା ଅନୁଭବ କରିବାରୁ ତୁରନ୍ତ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ହସପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡାକ୍ତରଙ୍କ ଚେଷ୍ଟା କରିବା ସତ୍ତ୍ୱେ ମଧ୍ୟ ଜୀବନ ବଞ୍ଚିପାରିନଥିଲା ।

ନୀତିନ ଗୋପୀ କନ୍ନଡ ଫିଲ୍ମ ଏବଂ ଟିଭି ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତା । ଫିଲ୍ମ ‘ହାଲୋ ଡାଡି’ରେ ତାଙ୍କ ଅଭିନୟ କରି ବେଶ ପ୍ରଶଂସା ସାଉଁଟିଥିଲେ ।

ଫିଲ୍ମ ଛଡା ଅନେକ ଟିଭି ସିରିଅଲରେ କାମ କରିଛନ୍ତି ନୀତିନ । ଅନେକ ତାମିଲ ଶୋ’ରେ ମଧ୍ୟ କାମ କରିଛନ୍ତି । ତେବେ ତାଙ୍କର ମୃତ୍ୟୁ ସମଗ୍ର ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି । ନୀତିନଙ୍କ ମୃତ୍ୟୁ ସମଗ୍ର କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ବଡ କ୍ଷତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.