କପିଲ ଶର୍ମାଙ୍କ ଘରକୁ ଆସିବ ନୂଆ ଅତିଥି, ବାପା ହେବାକୁ ଯାଉଛନ୍ତି କମେଡି କିଙ୍ଗ୍

‘ଦ କପିଲ ଶର୍ମା’ ଶୋ ରୁ ଛୋଟ ପରଦାରୁ ଦର୍ଶକଙ୍କୁ ନିଜର ଦିୱାନା କରିନେଉଥିବା କପିଲ ଶର୍ମାଙ୍କ ଜୀବନରେ ଏକ ନୁଆ ଖୁସି ଆସିବାକୁ ଯାଉଛି। ସବୁବେଳେ ପ୍ରଫେସ୍‌ନାଲ୍‌ ଏବଂ ପର୍ସନାଲ୍‌ ଲାଇଫକୁ ନେଇ ଚର୍ଚ୍ଚାରେ ରହୁଥିବା କମେଡ଼ି କିଙ୍ଗ୍‌ କପିଲ୍‌ ଜୀବନରେ ଏବେ କିଛି ନୂଆ ହେବାକୁ ଯାଉଛି।

ନିଜର କମିକରେ ଲୋକଙ୍କୁ ହସାଉଥିବା କପିଲ ଶର୍ମାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ବଲିଉଡର ଅନେକ କଳକାର ମାନେ ମଧ୍ୟ ସାମିଲ ଅଛନ୍ତି। ଲୋକପ୍ରୀୟ ଗାୟିକା ଲତା ମଙ୍ଗେସକର ଏବଂ ଦୀପିକା ପାଦୁକୋନ ମଧ୍ୟ କେତେକ ଥର ତାଙ୍କ ଶୋକୁ ପ୍ରଶଂସା କରି ଟ୍ବିଟ କରିଛନ୍ତି। କପିଲ୍ ଏବେ ସମସ୍ତଙ୍କୁ ଖୁସି ଖବର ଦେବାକୁ ଯାଉଛନ୍ତି।

ସୂଚନା ଅନୁସାରେ କପିଲ୍‌ ଶର୍ମା ଏବେ ବାପା ହେବାକୁ ଯାଉଛନ୍ତି। ତାଙ୍କ ପତ୍ନୀ ଗିନ୍ନି ଶୀଘ୍ର ମାଆ ହେବାକୁ ଯାଉଛନ୍ତି ବୋଲି ଶୁଣାଯାଉଛି। ଯଦି ଏହା ସତ ତାହାଲେ ଏହା କପିଲ୍‌ ଏବଂ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ଏହି ବିଷୟରେ କିନ୍ତୁ କପିଲ୍‌ଙ୍କ ପରିବାର ପକ୍ଷରୁ କିଛି ବି ଘୋଷଣା କରାଯାନାହିଁ।

ginniଏଠାରେ ଆମେ କହି ରଖିବାକୁ ଚାହଁଛୁ ଯେ, କପିଲ୍‌ ଶର୍ମାଙ୍କ ଶୋ’ ‘ଦି କପିଲ୍‌ ଶର୍ମା ଶୋ’ ନଂ ୧ କମେଡି ଶୋ’ର ମୁକୁଟ ପିନ୍ଧି ସାରିଛି। ସେ ଷ୍ଟାଣ୍ଡ ଅପ୍‌ କମେଡିଆନ୍‌ ଶୋ’ ଭାବେ ସାର୍ଟିଫିକେଟ୍‌ ପାଇସାରିଛନ୍ତି। ଏହାକୁ ସେ ସୋସିଆଲ୍‌ ସାଇଟ୍‌ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହି ଅବସରରେ ଫ୍ୟାନ୍ସମାନେ ମଧ୍ୟ କପିଲଙ୍କୁ ଶୁଭକାମନା ଦେଇଛନ୍ତି।

କପିଲ୍‌ ପୁଣି ଥରେ ଶୋ’କୁ ଆସିବା ପରେ ଶୋ’ର ଟିଆର୍‌ପି ମଧ୍ୟ ବଢ଼ୁଛି। ଲଗାତାର ଶୋ’ ଟପ୍‌ ୧୦ରେ ନିଜ ସ୍ଥାନ ପକ୍କା କରିନେଇଛି। ଆପଣଙ୍କ ଜଣାଇବାକୁ ଚାହିଁବୁ ଯେ କପିଲ ଶର୍ମା ନିଜ ପିଲାଦିନର ବନ୍ଧୁ ଗିନ୍ନି ଚତୁରଥଙ୍କ ସହିତ ଡିସେମ୍ବର ୨୦୧୮ରେ ବିବାହ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.