Below header

ଏକଜିଟ୍ ପୋଲ ପରେ ଆଶ୍ଚର୍ଯ୍ୟଜନକ ତଥ୍ୟ, ଭାରତଠୁ ଅଧିକ ପାକିସ୍ତାନରେ ଅଧିକ ସର୍ଚ୍ଚ ହୋଇଛି ନରେନ୍ଦ୍ର ମୋଦିଙ୍କ ନାମ

ଶେଷ ହୋଇଛି ଲୋକସଭା ନିର୍ବାଚନ ପାଇଁ ମତଦାନ । ରବିବାର ଦିନ ଏକଜିଟ୍ ରେଜଲ୍ଟ ମଧ୍ୟ ଆସି ସାରିଛି । ଆଉ ଏହି ଏକଜିଟ୍ ପୋଲ୍ ଅନୁଯାୟୀ ଦେଶର ଶାସନଭାର ପୁଣି ଥରେ ସମ୍ଭାଳିବାକୁ ଯାଉଛି ବିଜେପି । ତେବେ ଏହି ଏକଜିଟ୍ ପୋଲର ଫଳାଫଳ ପରେ ଗୁଗଲରେ ନରେନ୍ଦ୍ର ମୋଦିଙ୍କୁ ସର୍ବାଧିକ ସର୍ଚ୍ଚ କରାଯାଇଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧୀଙ୍କ ତୁଳନାରେ ମୋଦିଙ୍କୁ ୬ ଗୁଣା ଅଧିକ ସର୍ଚ୍ଚ କରାଯାଇଛି । ମୋଦିଙ୍କୁ ୮୭ ପ୍ରତିଶତ ସର୍ଚ୍ଚ କରିଯାଇଥିବା ବେଳେ ରାହୁଲଙ୍କୁ ୧୩ ପ୍ରତିଶତ ସର୍ଚ୍ଚ କରାଯାଇଛି ।

ତେବେ ଏହି ସର୍ଚ୍ଚ ରେଜଲ୍ଟରେ ଏକ ଆଶ୍ଚର୍ଯ୍ୟ କରିବା ଭଳି ତଥ୍ୟ ସାମ୍ନାକୁ ଆସିଛି । ଭାରତରେ ନୁହେଁ ବରଂ ପାକିସ୍ତାନରେ ସବୁଠାରୁ ଅଧିକ ଥର ସର୍ଚ୍ଚ କରାଯାଇଛି ।

ପାକିସ୍ତାନରେ ୮୮ ପ୍ରତିଶତ ଲୋକ ମୋଦିଙ୍କୁ କରିଛନ୍ତି ସର୍ଚ୍ଚ :

ଗୁଗଲ ସର୍ଚ୍ଚ ରେଜଲ୍ଟ ଅନୁସାରେ,୧୯ ମେ ସଂଧ୍ୟା ୪.୨୬ ଏବଂ ୨୦ ମେ ଦ୍ବିପହର ୧୧.୨୨ ମଧ୍ୟରେ ନରେନ୍ଦ୍ର ମୋଦିଙ୍କୁ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଛି । ନରେନ୍ଦ୍ର ମୋଦି ଏବଂ ରାହୁଲ୍ ଗାନ୍ଧୀ କିୱାର୍ଡ ସବୁଠାରୁ ଅଧିକ ପାକିସ୍ତାନ,ଭାରତ,ବାଲାଂଦେଶ,ଆମେରିକା ଏବଂ କାନାଡାରେ ସର୍ଚ୍ଚ କରାଯାଇଛି ।

ଏବେ ଯଦି ଦେଶ ହିସାବରେ ଗୁଗଲ୍ ସର୍ଚ୍ଚ ଉପରେ ନଜର ପକାଇବା ତେବେ ନରେନ୍ଦ୍ର ମୋଦି କି ୱାର୍ଡ ସବୁଠାରୁ ଅଧିକ ପାକିସ୍ତାନରେ ୮୮ ପ୍ରତିଶତ ସର୍ଚ୍ଚ କରାଯାଇଛି । ସେହିପରି ରାହୁଲ୍ ଗାନ୍ଧୀଙ୍କୁ ପାକିସ୍ତାନରେ ୧୨ ପ୍ରତିଶତ କରାଯାଇଛି । ଅନ୍ୟପଟେ ଭାରତରେ ୮୭ ପ୍ରତିଶତ ଲୋକ ନରେନ୍ଦ୍ର ମୋଦିଙ୍କୁ ଏବଂ ୧୩ ପ୍ରତିଶତ ଲୋକ ରାହୁଲ୍ ଗାନ୍ଧୀଙ୍କୁ ସର୍ଚ୍ଚ କରିଛନ୍ତି ।

ଏହା ବ୍ୟତୀତ ବାଲାଂଦେଶ ବାଂଲାଦେଶରେ ମୋଦିଙ୍କୁ ୮୩ ପ୍ରତିଶତ ଏବଂ ରାହୁଲଙ୍କୁ ୧୭ ପ୍ରତିଶତ ଲୋକ ସର୍ଚ୍ଚ କରିଛନ୍ତି । ସେହିପରି ଆମେରିକାରେ ମୋଦିଙ୍କ ସର୍ଚ୍ଚ ପ୍ରତିଶତ ୮୨ ଏବଂ ରାହୁଲଙ୍କର ୧୮ ରହିଛି । କାନାଡାରେ ଏହା ୭୯ ଏବଂ ୨୧ ପ୍ରତିଶତ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.