ଏକାଠି ବଲିଉଡ୍‌ ଡେବ୍ୟୁ କରିବେ ଶାହାରୁଖଙ୍କ ଝିଅ, ଶ୍ରୀଦେବୀଙ୍କ ଝିଅ ଓ ଅମିତାଭଙ୍କ ନାତି; ସାମ୍ନାକୁ ଆସିଲା The Archies ର ପୋଷ୍ଟର

ଖୁବ୍‌ଶୀଘ୍ର ବଡ଼ ପରଦାରେ ନଜର ଆସିବେ ବଲିଉଡ୍‌ କିଙ୍ଗ୍‌ ଶାହାରୁଖ ଖାନ୍‌ଙ୍କ ଝିଅ ସୁହାନା ଖାନ୍‌। ଏବେ ସୁହାନାଙ୍କୁ ଫିଲ୍ମରେ ଦେଖିବାକୁ ଦର୍ଶକଙ୍କ ଅପେକ୍ଷାଙ୍କ ଅନ୍ତ ଘଟିବ। କାରଣ କରନ୍‌ ଜୋହର ନିକଟରେ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ ସେୟାର କରି ନିଜ ଆଗାମୀ ବଡ଼ ପ୍ରୋଜେକ୍ଟ ଦ ଆଚିଜ୍‌ (The Archies)ର ପୋଷ୍ଟର ସେୟାର କରିଛନ୍ତି। ଏହି ପୋଷ୍ଟକୁ ଦେଖିଲେ ହଲିଉଡ୍‌ ସିରିଜ୍‌ ଷ୍ଟ୍ରେଞ୍ଜର ଥିଙ୍ଗସ୍‌ ଭଳି ଲାଗୁଛି। ନେଟ୍‌ଫ୍ଲିକ୍ସରେ ଆସିବାକୁ ଥିବା ଏହି ସିରିଜ୍‌ରେ ସୁହାନା ଖାନ୍‌ଙ୍କ ସମେତ ଆହୁରି ଅନେକ ଷ୍ଟାର କିଡ୍‌ସ ବି ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଫିଲ୍ମରେ ଖୁସି କପୁର, ଯୁବରାଜ ମେଣ୍ଡା, ବେଦାଙ୍ଗ ରୈନା ଓ ଅଗସ୍ତ୍ୟ ନନ୍ଦା ମଧ୍ୟ ନଜର ଆସିଛନ୍ତି।

 

View this post on Instagram

 

A post shared by Karan Johar (@karanjohar)

ପୋଷ୍ଟର ସେୟାର କରି କରନ୍‌ ଲେଖିଛନ୍ତି ଇମୋସନାଲ ନୋଟ୍‌:

କରନ୍‌ ଜୋହର ନିଜ ଅଫିସିଆଲ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଦ ଆର୍ଚ୍ଚିଜ୍‌ର ପୋଷ୍ଟର ସେୟାର କରି କ୍ୟାପସନ୍‌ରେ ଲେଖିଛନ୍ତି- ମୁଁ ଆର୍ଚ୍ଚି ସହ ବଡ଼ ହୋଇଛି ଓ ଏବେ ମନରେ ଏତେ ଭଲ ପାଇବା ନେଇ ଆର୍ଚ୍ଚି ମୋ ସାମ୍ନାରେ ବଡ଼ ହୋଇଛନ୍ତି! ମୁଁ ଏହି ନୂଆ ୟୁନିଭର୍ସର ନିର୍ମାତାଙ୍କ ସହ ବଡ଼ ହୋଇଛି। ମୋ ପାଇଁ ଏହି ଫିଲ୍ମ କେବେ ବି କେବଳ ଏକ ଫିଲ୍ମ ହେବ ନାହିଁ। ଏହା ଏକ ଅନୁଭବ ହେବ। ବହୁତ ଭଲ ପାଇବା। ମୋ ପ୍ରିୟ ଫିଲ୍ମ ନିର୍ମାତା ଜୋୟା ଅଖତର, ଯିଏ ନିଜ ସବୁ ଫିଲ୍ମ ସହ ଅଲଗା ଅଲଗା କ୍ଷେତ୍ରକୁ ସ୍ପର୍ଶ କରିଥାନ୍ତି। ଏବେ ଏହି ପୋଷ୍ଟରରେ ଥିବା ସମସ୍ତ ପିଲାଙ୍କୁ ଫିଲ୍ମକୁ ସ୍ୱାଗତ କରୁଛି। ଆମେ ଏହି ନୂଆ କଳାକାରଙ୍କୁ ଆଉ ଅପେକ୍ଷା କରିପାରିବୁନି। ମୁଁ ଆପଣଙ୍କୁ ବହୁତ ଭଲ ପାଉଛି। ଏହା ମୋ ପିଲା ଦିନର ଭଲ ପାଇବା।

 

View this post on Instagram

 

A post shared by Suhana Khan (@suhanakhan2)

କରନ୍‌ ଜୋହରଙ୍କ ସମେତ ସୁହାନା ମଧ୍ୟ ଫିଲ୍ମର ଟିମ୍‌ ସହ ମସ୍ତି କରୁଥିବା ବେଳର ଏକ ଭିଡିଓକୁ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

କରନ୍‌ ଜୋହର ସେୟାର କରିଥିବା ଦ ଆର୍ଚ୍ଚିଜ୍‌ର ପୋଷ୍ଟରରେ ଶାହାରୁଖ ଖାନ୍‌ଙ୍କ ଝିଅ ସୁହାନାଙ୍କ ଠାରୁ ଆରମ୍ଭ କରି ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦା ଓ ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁରଙ୍କୁ ବି ଦେଖିବାକୁ ମିଳିଛି। ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଉଛନ୍ତି ଜୋୟା ଅଖତର। ଏହା ୨୦୨୩ରେ ରିଲିଜ୍‌ ହେବ।

Also Read: କୃଷକଙ୍କ ପାଇଁ ବଡ଼ ଖୁସି ଖବର! ଜାରି ହେଲା ପିଏମ୍‌ କିଷାନ୍‌ ଯୋଜନାର ୧୧ତମ କିସ୍ତି ତାଲିକା, ଏମିତି ଚେକ୍‌ କରନ୍ତୁ ନିଜ ନାଁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.