ବାପା ହେଲେ ‘‘ୟେ ହେ ମୋହାବତେଁ’’ର ରମଣ ଭଲ୍ଲା, ଘରକୁ ଆସିଲା କୁନି ପରୀ

ଷ୍ଟାର ପ୍ଲସ୍‌ର ଲୋକପ୍ରିୟ ଧାରାବାହିକ ‘ୟେ ହେ ମୋହବତେଁ’ର ଲିଡ୍‌ ରୋଲ୍‌ରେ ଅଭିନୟ କରୁଥିବା ରମନ ଭଲ୍ଲା ଓରଫ୍‌ କରଣ ପଟେଲ ବାପା ହୋଇଛନ୍ତି। ନିକଟରେ ତାଙ୍କ ପତ୍ନୀ ଅଙ୍କିତା ଭାର୍ଗବ ଏକ ଝିଅ ଜନ୍ମ ଦେଇଛନ୍ତି। କରଣ ଓ ଅଙ୍କିତାଙ୍କର ଏହା ପ୍ରଥମ ସନ୍ତାନ। ବର୍ତ୍ତମାନ ଉଭୟେ ମା’ଓ ଝିଅ ସୁସ୍ଥ ଅଛନ୍ତି।

ଝିଅ ହେବା ଖବର ଶୁଣି କରଣ ପଟେଲ କହିଛନ୍ତି, ‘‘ଏକାଥରେ ଏତେ ଇମୋସନ୍‌ ଯୋଗୁ ମୁଁ ଡରିଯାଇଛି। ଅଙ୍କିତା ଠିକ୍‌ ଅଛନ୍ତି। ଆମ ପରିବାର ସମସ୍ତଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଜଣାଉଛି। ଆପଣଙ୍କ ଭଲ ପାଇବା ଓ ଆଶୀର୍ବାଦ ବଜାୟ ରହୁ।’’

ସୂଚନାଯୋଗ୍ୟ ଯେ, ଗତବର୍ଷ ଅଙ୍କିତାଙ୍କ ଏକ ଛୁଆ ନଷ୍ଟ ହୋଇଥିଲା। ୨୦୧୫ ମସିହାରେ କରଣ ଓ ଅଙ୍କିତା ବିବାହବନ୍ଧନରେ ଆବଦ୍ଧ ହୋଇଥିଲେ। କରଣଙ୍କୁ ଖୁବ୍‌ଶୀଘ୍ର ଖିଲାଡି ସିଜନ୍‌ ୧୦ରେ ଦେଖିବାକୁ ମିଳିବ। ବର୍ତ୍ତମାନ ସେ ‘ୟେ ହେ ମୋହାବତେଁ’ରେ ଅଭିନୟ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.