Below header

ଆର୍‌ବିଆଇ ଜାରି କଲା ୧୦୦୦ ଟଙ୍କିଆ ନୋଟ୍‌! ଜାଣନ୍ତୁ ଏହି ଫଟୋ ପଛରେ କ’ଣ ରହିଛି ପ୍ରକୃତ ସତ

୧୦୦୦ ଟଙ୍କିଆ ନୂଆ ନୋଟ୍‌ର ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେଉଥିବା ଏହି ନୋଟ୍‌ ବିଷୟରେ କୁହାଯାଉଛି, ଆଜି ଆର୍‌ବିଆଇ ଏହି ୧୦୦୦ ଟଙ୍କିଆ ନୂଆ ନୋଟ୍‌ ଜାରି କରିଛି। ତେଣୁ ଏହି ଫଟୋଗୁଡ଼ିକୁ ଫେସ୍‌ବୁକ, ଟୁଇଟର ଏବଂ ହ୍ଵାଟସ୍‌ଆପରେ ବ୍ୟାପକ ରୂପେ ଶେୟାର କରାଯାଉଥିବା ଦେଖିବାକୁ ମିଳୁଛି।

not1

ଯେଉଁ ଫଟୋ ଭାଇରାଲ ହେଉଛି, ସେଥିରେ ସବୁଠାରୁ ଉପରେ ଡାହାଣ ପଟକୁ istic ଆର୍ଟିଷ୍ଟିକ୍‌ ଇମେଜିନେଶ ଲେଖାଯାଇଛି। ଯେଉଁଥିରୁ ଏହା ସ୍ପଷ୍ଟ ହେଉଛି, ଏହି ଫଟୋ ବାସ୍ତବ ନୁହେଁ। ଏହାଛଡ଼ା ଆପଣ ମଧ୍ୟ ଦେଖିପାରିବେ, ଏଠାରେ ‘ମୁଁ କରଜଦାତାଙ୍କୁ ୧୦୦୦ ଟଙ୍କା ଦେବାକୁ କଥା ଦେଇଛି’ ବୋଲି ଲେଖାଯାଇଛି। ସେହିପରି ନୋଟ୍‌ରେ ମହାତ୍ମା ଗାନ୍ଧୀଙ୍କ ଦସ୍ତଖତ ରହିଛି।

ତେବେ ପୂର୍ବରୁ ଏହା ମଧ୍ୟ କୁହାଯାଉଥିଲା କି, ଆର୍‌ବିଆଇ ୨୦୦୦ ଟଙ୍କିଆ ନୋଟ୍‌ ବନ୍ଦ କରିଦେବାକୁ ଯାଉଛି। କିନ୍ତୁ ଏଥିରେ କୌଣସି ସତ୍ୟତା ନାହିଁ। ଏହି ଖବର ମଧ୍ୟ ଫେକ୍‌ ଥିଲା। ଯେତେବେଳେ ଆର୍‌ବିଆଇ ନୂଆ ନୋଟ୍‌ ଜାରି କରିବ, ସର୍ବପ୍ରଥମେ ସେ ଏ ନେଇ ସୂଚନା ଦେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.