ବହୁତ ସ୍ମାର୍ଟ ଅକ୍ଷୟ କୁମାର, ଗୋଟିଏ ମିନିଟରେ ଜାଣି ପାରିଲେ କରୀନା କପୁରଙ୍କ ଫୋନର ପାସୱାର୍ଡ

ଅକ୍ଷୟ କୁମାରଙ୍କୁ ବଲିଉଡର ଖିଲାଡୀ ଷ୍ଟାର ବୋଲି କୁହାଯାଏ। ନିଜର ସବୁ କୋ-ଷ୍ଟାର ମାନଙ୍କ ସହିତ ସେ ମସ୍ତି-ମଜାକ ଏବଂ ପ୍ରାଂକ୍ କରନ୍ତି। ଏମିତିରେ କରୀନା କପୁର ଖାନ କହିଛନ୍ତି ଯେ ନିକଟରେ ଅକ୍ଷୟ ଜାଣିପାରିଲେ ଯେ ତାଙ୍କ ଫୋନର ପାସୱାର୍ଡ କଣ ହୋଇପାରିଥାଏ। ଏତିକି ନୁହେଁ ଅକ୍ଷୟ କରୀନାଙ୍କ ଫୋନର ପାସୱାର୍ଡ ଖୋଲି ମଧ୍ୟ ଦେଲେ। କରିନା ଅରବାଜ ଖାନଙ୍କ ଚାଟ୍ ଶୋ ‘ପିଞ୍ଜ ବାୟ ଅରବାଜ ଖାନ’ରେ ପହଁଚିଥିଲେ।

kareena arbajଅରବାଜ କରିନାଙ୍କୁ ପଚାରିଲେ ଆପଣଙ୍କ ଫୋନର ପାସୱାର୍ଡ କାହାକୁ ଜଣାଅଛି। ତେବେ ଏହି ପ୍ରଶ୍ନରେ କରୀନା ଉତ୍ତର ଦେଇ କହିଲେ ଆଜି ହିଁ ଅକ୍ଷୟ କୁମାର ଜାଣି ପାରିଲେ। କରୀନା ଅରବାଜଙ୍କୁ କହିଥିଲେ ଯେ ‘ଆମେ ମାନେ ସୁଟିଂ କରୁଥିଲୁ ସେତେବେଳେ ସେ ଫୋନ ଧରି ଫୋନର ପାସୱାର୍ଡ ଅନୁମାନ କରି ଖୋଲିବାକୁ ଲାଗିଲେ। ଅକ୍ଷୟ ଦ୍ବିତୀୟ ଥରରେ ପାସୱାର୍ଡ ଟ୍ରାଏ କରି ଫୋନକୁ ଖୋଲିଦେଲେ। କିନ୍ତୁ ଏବେ ମୁଁ ମୋ ପାସୱାର୍ଡ ଖୋଲିକି କହିପାରିବି ନାହିଁ କଣ ଥିଲା। ସେ ବହୁତ ସ୍ମାର୍ଟ ଅଟନ୍ତି ବିଶେଷା ଭାବରେ ନମ୍ବରକୁ ନେଇ ସେ ବହୁତ ଚତୁର ଅଟନ୍ତି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ କରୀନା ଅରବାଜଙ୍କ ଶୋ‘ରେ ଅତିଥି ହୋଇ ଆସିଥିଲେ। ଏହି ଅନଲାଇନ ଷ୍ଟ୍ରିମିଙ୍ଗ୍ ଚାଟ ଶୋ’ର ଫର୍ମାଟ ଅନ୍ୟ ଶୋ ଠାରୁ ଅଲଗା ଅଟେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.