Below header

ବ୍ରେଡ୍-ବଟର ଭଳି ହୋଇଥାଏ ଆକ୍ଟିଂ ଏବଂ ସେକ୍ସ : କାର୍ତ୍ତିକ ଆରିୟନ୍‌

ବଲିଉଡର ନୂଆ ସେନସେନସନ କାର୍ତ୍ତିକ ଆରିୟନ୍‌ଙ୍କ ଫିଲ୍ମ ‘ପତି ତ୍ନୀ ଔର ଓ୍ଵ’ ନିକଟରେ ରିଲିଜ ହୋଇଛି। ଯାହା ବକ୍ସ ଅଫିସରେ ଭଲ ଆୟ ମଧ୍ୟ କରିଛି। ଗତ କିଛି ଦିନ ହେଲାଣି କାର୍ତ୍ତିକ ଏବଂ ଅନନ୍ୟା ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ରହିଛନ୍ତି। ରୋମାଣ୍ଟିକ ହିରୋ ଭାବେ ଜଣାଶୁଣା କାର୍ତ୍ତିକ ସେକ୍ସକୁ ନେଇ ମୁହଁ ଖୋଲିଛନ୍ତି । କାର୍ତ୍ତିକ କହିଛନ୍ତି, ବ୍ରେଡ୍-ବଟର ଭଳି ଆକ୍ଟିଂ ଏବଂ ସେକ୍ସ ଏକା ହୋଇଥାଏ ।

ଏହାସହ ପଢ଼ନ୍ତୁ ; ମାରାକେଚ ଫିଲ୍ମ ଫେଷ୍ଟିଭାଲରେ ସମ୍ମାନିତ ହେଲେ ଦେଶୀ ଗାର୍ଲ, ପତି ନିକ୍‌ ଦେଲେ ଏଭଳି ମେସେଜ୍‌

anayana

ଏକ ଟକ୍ ଶୋରେ କାର୍ତ୍ତିକ ଏହା କହିଛନ୍ତି। ଏହି ଶୋରେ କାର୍ତ୍ତିକ ନିଜର ପସନ୍ଦ ନାପସନ୍ଦ ବିଷୟରେ କହିଥିଲେ। ଏଥିରେ କାର୍ତ୍ତିକଙ୍କୁ ସେକ୍ସ କିମ୍ବା ଆକ୍ଟିଂ କାହାକୁ ଛାଡିବା ସହଜ ବୋଲି ପ୍ରଶ୍ନ ପଚରାଯାଇଥିଲା। ଯାହାର ଉତ୍ତର ଦେଇ କାର୍ତ୍ତିକ କହିଥିଲେ କି , ‘ବ୍ରେଡ- ବଟର’ ଭଳି ଆକ୍ଟିଂ ଏବଂ ସେକ୍ସ ହୋଇଥାଏ। ଗୋଟେ ବିନା ଅନ୍ୟଟିର ଯର୍ଥାଥତା ନାହିଁ। ନିକଟରେ କାର୍ତ୍ତିକ ଏବଂ ଅନନ୍ୟାଙ୍କୁ ବିଭିନ୍ନ ସ୍ଥାନରେ ଏକାଠି ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଅନେକ ଗୁଜବ ମଧ୍ୟ ଉଠିଛି। କାର୍ତ୍ତିକ କୁଆଡେ ଅନନ୍ୟାଙ୍କ ପ୍ରେମରେ ପଡିଯାଇଛନ୍ତି ବୋଲି ମଧ୍ୟ ଚର୍ଚ୍ଚା ମଧ୍ୟ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.