ପିଜ୍ଜା ପାଇଁ ଅର୍ଡର କରି ୯୫,୦୦୦ ଟଙ୍କା ଠକାମୀର ଶିକାର ହେଲେ ଯୁବକ, ଜାଣନ୍ତୁ ପୂରା ଘଟଣା

ଫାଷ୍ଟ ଫୁଡ ଖାଦ୍ୟ ତାଲିକାରେ ପିଜ୍ଜାର ନାଁ ଆଗ ଆସିଥାଏ । ସବୁ ବର୍ଗର ଲୋକେ ଏହାକୁ ଖୁବ ପସନ୍ଦ କରନ୍ତି । ଏକ ୪ ରୁ ୫ ଜଣିଆ ପରିବାର ପାଇଁ ଅଧିକରୁ ଅଧିକ ୧୦୦୦ ଟଙ୍କା ଖର୍ଚ୍ଚ କଲେ ପେଟ ପୁରା ପିଜ୍ଜା ମିଳି ଯାଇପାରିବ । କିନ୍ତୁ ଆପଣ  ଶୁଣି ଆଶ୍ଚର୍ଯ୍ୟ ହେବେ ପିଜ୍ଜା ଖାଇବାର ଇଚ୍ଛାକୁ ପୂରଣ କରିବା ପାଇଁ ଯେ ଜଣେ ବ୍ୟକ୍ତିଙ୍କୁ ୯୫ ହଜାର ଟଙ୍କା ଗଣିବାକୁ ପଡିଛି । ବାସ୍ତବରେ କହିବାକୁ ଗଲେ ତାଙ୍କ ସହ ୯୫ ହଜାର ଟଙ୍କାର ଏକ ବଡ ଠକେଇ ହୋଇଛି । ପ୍ରକୃତରେ ଘଟଣାଟି ଘଟିଛି ଏହି ପରି । ବାଙ୍ଗାଲୋରର ବାସିନ୍ଦା ଏନ. ଭି. ଶେଖ ନାମକ ଜଣେ ଇଂଜିନିୟର ଗତ ଡିସେମ୍ବର ୧ ତାରିଖ ଅପରାହ୍ନରେ ନିଜ ମୋବାଇଲ ଆପରୁ ପିଜ୍ଜା ପାଇଁ ଅର୍ଡର କରିଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ଅର୍ଡର କରିଥିବା ପିଜ୍ଜା ତାଙ୍କ ପାଖରେ ପହଁଚି ନଥିଲା । ପରେ ବାଧ୍ୟ ହୋଇ ସେ କଷ୍ଟମର କେୟାରର ସହାୟତା ନେଇଥିଲେ ।

pizza

ସେହି ସମୟରେ ସେ ଜାଣିବାକୁ ପାଇଲେ ରେସ୍ତୃରାଣ୍ଟ ଦ୍ୱରା ଠିକ ସମୟରେ ପିଜ୍ଜା ଡେଲିଭରି କରାଯାଇଥିଲା । କିନ୍ତୁ ଗ୍ରାହକ ରିସିଭ ନ କରିବାରୁ ଖାଦ୍ୟ ଫେରସ୍ତ ହୋଇଥିଲା । ଖୁବ ଶୀଘ୍ର ତାଙ୍କୁ ତାଙ୍କ ଟଙ୍କା ରିଫଣ୍ଡ କରାଯିବ । ପିଜ୍ଜା ସପ ମାଲିକ ନିଜେ ମଧ୍ୟ କହିଲେ କି ତାଙ୍କ ଫୋନକୁ ରିଫଣ୍ଡ ଫେରାଇ ଦେବାର ଏକ ମେସେଜ ଆସିଥିଲା ଓ ବର୍ତ୍ତମାନ ଗ୍ରାହକ ଟଙ୍କା ଫେରିପାଇବାର ପ୍ରୋସେସ ଚାଲୁଅଛି । ଖୁବ ଶୀଘ୍ର ଟଙ୍କା ତାଙ୍କ ନିକଟରେ ପହଞ୍ଚିଯିବ । ଘଟଣାର ଖୋଳତାଡ଼ କରିବାରୁ ଜଣା ପଡିଥିଲା କି ଶେଖ ଏକ ବଡ ଠକେଇର ଶିକାର ହୋଇଛନ୍ତି । କୌଣସି ଜଣେ ଦୁବୃତ୍ତ ଅର୍ଡର ସମୟରେ ତାଙ୍କ ନିକଟରୁ ତାଙ୍କ ବ୍ୟାଙ୍କ ଡ଼ିଟେଲସ ନେଇ ଆକାଉଣ୍ଟରୁ ୯୫,୦୦୦ ଟଙ୍କା ଲୁଟି ନେଇଛନ୍ତି । ଏନେଇ ଏକ ଅଭିଯୋଗ ଶେଖ ମାଳଵାଲା ପୋଲିସ ନିକଟରେ ଦାଖଲ କରିଥିଲେ ।

ଏହା ସହ ପଢନ୍ତୁ: ଟ୍ରାକରେ ପାର ହେଉଥିଲେ ବ୍ୟକ୍ତି, ହଠାତ୍ ଦୃତ ଗତିରେ ଆସିଗଲା ଟ୍ରେନ୍ ! ଦେବଦୂତ ସାଜିଲେ RPF ପୋଲିସ, ଦେଖନ୍ତୁ ଭିଡିଓ

ତାଙ୍କ ଅନୁଯାୟୀ ଏହି ଟଙ୍କା ସେ ନିଜ ମା’ଙ୍କ ଚିକିତ୍ସା ପାଇଁ ହିଁ ସଂଚୟ କରି ରଖିଥିଲେ । ଅନ୍ୟ ପକ୍ଷରେ ଫୂଡ଼ ଡେଲିଭରି କମ୍ପାନୀର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ଖାଦ୍ୟ ଅର୍ଡର କରିବାର ପୁରା ଘଟଣା ଇ ମେଲ ଓ ଚାଟିଙ୍ଗ ମାଧ୍ୟମରେ ହିଁ ହୋଇଥିଲା । ସେ ଆହୁରି ମଧ୍ୟ କହିଛନ୍ତିକି ଆମେ ସବୁବେଳେ ନିଜ କଷ୍ଟମର ମାନଙ୍କୁ ସର୍ବଦା ସତର୍କ ହୋଇ ରହିବା ସହ ନିଜ ବ୍ୟାଙ୍କ ଡ଼ିଟେଲସ ଓ ବ୍ୟକ୍ତିଗତ ତଥ୍ୟକୁ କୌଣସି ଅଜଣା ବ୍ୟକ୍ତି ସହ ସେୟାର ନ କରିବା ପାଇଁ ପରାମର୍ଶ ଦେଇଥାଉ । ଏହା ପୂର୍ବରୁ ଗତ ନଭେମ୍ବର ମାସରେ ମଧ୍ୟ ଜଣେ ବାଙ୍ଗାଲୋର ବାସିନ୍ଦା ଏହି ଭଳି ସମାନ ଧରରଣର ୮୫,୦୦୦ ଟଙ୍କାର ଏକ ଠକେଇର ଶିକାର ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.