ନିଜ ଏକ୍ସ-ଲଭର୍ର ଗର୍ଲଫ୍ରେଣ୍ଡଙ୍କ ପାଇଁ ଲଞ୍ଚର ଆୟୋଜନ କଲେ କ୍ୟାଟ୍ରିନା
ବଲିଉଡ୍ରେ ଭଲପାଇବାକୁ ନେଇ ନିଜ ପାର୍ଟନରଙ୍କ ସହ ଦାୟିତ୍ୱ ତୁଲାଇବା ସବୁଠାରୁ କଷ୍ଟକର କାମ ହୋଇଥାଏ କିନ୍ତୁ ଏହାଠାରୁ ଅଧିକ କଷ୍ଟ ହେଉଛି ବନ୍ଧୁତ୍ୱର କର୍ତ୍ତବ୍ୟ ତୁଲାଇବା। ଏହି କଥାକୁ ଭୁଲ୍ ପ୍ରମାଣିତ କରିବା ପାଇଁ ବଲିଉଡ୍ର ‘ଚିକନୀ ଚମେଲି’ ଅର୍ଥାତ କ୍ୟାଟ୍ରିନା କୈଫ୍ ନିଜର ଏକ୍ସ-ଲଭରର ଗର୍ଲଫ୍ରେଣ୍ଡ ଆଲିୟା ଭଟ୍ଟଙ୍କ ପାଇଁ ଏକ ଖାସ୍ ଲଞ୍ଚ ପ୍ଲାନ କରିଥିଲେ। ସୂଚନା ମୁତାବକ ଏହି ଲଞ୍ଚରେ କବେଳ ଆଲିୟା ନୁହଁନ୍ତି ପ୍ରିୟଙ୍କା ଚୋପ୍ରା ଜୋନସ ମଧ୍ୟ ଆସିଥିଲେ।
ବର୍ତ୍ତମାନ ଆଲିୟା ଭଟ୍ଟଙ୍କ ସହ ଏହି ଦୁଇ ଅଭିନେତ୍ରୀଙ୍କ ଡେଟ୍ ଖୁବ୍ ଭଲ ଚାଲିଛି। ଆଲିଆ ଏବଂ କ୍ୟାଟ୍ରିନାଙ୍କ ସମ୍ପର୍କକୁ ନେଇ କହିବାକୁ ଗଲେ କ୍ୟାଟ କହିଛନ୍ତି, ‘ଯେତେବେଳେ ମୁଁ ଏହି ବିଷୟରେ ଭାବିଥିଲି ସେତେବେଳେ ଜାଣିଥିଲି ମୋର ଏବଂ ଆଲିୟାଙ୍କର ସମ୍ପର୍କ ଏକଦମ୍ ଅଲଗା। ବେକ୍ରଅପ୍ ପରେ ଆଲିୟାଙ୍କ ସହ ନିଜର ସମ୍ପର୍କ କଣ ପାଇଁ ବଦଳାଇବି। ସେ ତାଙ୍କରି ପାଇଁ ଯାହାଙ୍କ ସହ ମୁଁ ଡେଟ୍ କରିସାରିଛି।