ବାହାଘର ପରେ ଶାଶୁ ଘରେ କ୍ୟାଟ୍ରିନାଙ୍କ ପ୍ରଥମ ରୋଷେଇ ‘ହାଲୁଆ’, ଫଟୋ ସେୟାର କରି ସବୁଠୁ ଟେଷ୍ଟି ବୋଲି କହିଲେ ଭିକ୍କି

ଚଳିତବର୍ଷର ସବୁଠୁ ବଡ଼ ବିବାହ ଥିଲା ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍‌ଙ୍କ ବାହାଘର। ରାଜସ୍ଥାନରେ ଏହି ସେଲିବ୍ରିଟି ଯୋଡ଼ି ପରସ୍ପରର ହାତ ଧରିଛନ୍ତି। ତେବେ ବିବାହ ପରେ ସବୁ ହିନ୍ଦୁ ଘର ଭଳି କ୍ୟାଟ୍ରିନା କୈଫ୍‌ ନିଜର ପ୍ରଥମ ରୋଷେଇ କରିଛନ୍ତି। କ୍ୟାଟ୍ରିନା ପ୍ରଥମ ରୋଷେଇରେ ମିଠା ରାନ୍ଧିଛନ୍ତି। ସ୍ୱାମୀ ଭିକ୍କି କୌଶଲ ଓ ଶାଶୁ ଘର ଲୋକଙ୍କୁ ନିଜ ହାତରେ ରାନ୍ଧି ହାଲୁଆ ଖୁଆଇଛନ୍ତି କ୍ୟାଟ୍ରିନା। ଏ ନେଇ ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ସ୍ୱାମୀ ଭିକ୍କି କୌଶଲ ମଧ୍ୟ କ୍ୟାଟ୍ରିନାଙ୍କ ହାତ ତିଆରି ଏହି ଡିସ୍‌କୁ ପ୍ରଶଂସା କରିଥିବା ଦେଖାଯାଇଛି।

katrina
Image Credit: Instagram

କ୍ୟାଟ୍ରିନାଙ୍କ ବିବାହ ଫଟୋ ସମସ୍ତଙ୍କୁ ଖୁବ୍‌ ପସନ୍ଦ ଆସିଥିଲା। ଏବେ ନୂଆ ବୋହୂ କ୍ୟାଟ୍ରିନାଙ୍କ ପ୍ରଥମ ରୋଷେଇ ରସମ୍‌ ବି ଶେଷ ହୋଇଛି। ଯାହାର ଫଟୋକୁ କ୍ୟାଟ୍ରିନା ନିଜ ଇନ୍‌ଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲରେ ସେୟାର କରିଛନ୍ତି। କ୍ୟାଟ୍ରିନା ଶାଶୁ ଘରେ ତିଆରି କରିଥିବା ପ୍ରଥମ ଡିସ୍‌ ହାଲୁଆର ଫଟୋ ସେୟାର କରିଛନ୍ତି। ଏହି ଫଟୋ ସେୟାର କରି ସେ ଲେଖିଛନ୍ତି, ମୁଁ ତିଆରି କରିଛି। କ୍ୟାଟ୍ରିନାଙ୍କ ଏହି ହାତ ତିଆରି ସୁଜି ହାଲୁଆର ଫଟୋ ସମସ୍ତଙ୍କୁ ଖୁବ୍‌ ପସନ୍ଦ ଆସିଛି। ଏଥିରେ କ୍ୟାଟ୍ରିନା ଲେଖିଛନ୍ତି ଯେ ବିବାହ ପରେ ‘ଚଉଁକା ଚାରଧାନା’ ରସମ୍‌ ହୋଇଥାଏ। ଏଥିପାଇଁ ସେ ସୁଜି ହାଲୁଆ ତିଆରି କରିଛନ୍ତି।

katrina2
Image Credit: Instagram

ଅନ୍ୟପଟେ ଭିକ୍କି କୌଶଲ ମଧ୍ୟ ହାଲୁଆର ଏକ ଫଟୋ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି ଓ ସ୍ତ୍ରୀ ବନାଇଥିବା ହାଲୁଆକୁ ପ୍ରଶଂସା କରି ଲେଖିଛନ୍ତି ‘ବେଷ୍ଟ ହାଲୁଆ ଏଭର’।

ସୂଚନାଯୋଗ୍ୟ ଯେ କ୍ୟାଟ୍ରିନା ଓ ଭିକ୍କି ଗୋଟିଏ ବି ଫିଲ୍ମ ଏକାଠି କରିନଥିଲେ ମଧ୍ୟ ୨୦୧୯ରୁ ପରସ୍ପରକୁ ଡେଟ୍‌ କରୁଛନ୍ତି। ତେବେ ରିପୋର୍ଟ ମୁତାବକ, ଭିକ୍କି ଓ କ୍ୟାଟ୍ରିନା ୨୦ ଡିସେମ୍ବର ୨୦୨୧ରେ ମୁମ୍ବାଇର ଜେ.ଡବ୍ଲ୍ୟୁ ମେରିୟଟରେ ବାହାଘରର ଭବ୍ୟ ରିସେପସନ୍‌ ଦେବାକୁ ଯାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.