Below header

ଭଉଣୀ ସହ ମିଶି ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ଏହି ବଲିଉଡ ନାୟିକା, ଭିଡିଓ ଦେଖି ଆପଣ ବି ହସି ହସି ଗଡ଼ିଯିବେ

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କେଫ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଖୁବ ଆକ୍ଟିଭ ରହୁଥିବା ଦେଖାଦେଉଛି । ଲକ ଡାଉନ ସମୟରେ ପୂରା ବଲିଉଡ଼ ଇଣ୍ଡଷ୍ଟ୍ରି ବନ୍ଦ ରହୁଥିବା କାରଣରୁ ତାଙ୍କର ଅନେକ ଭିଡିଓ ଗଲା କିଛି ଦିନ ଭିତରେ ଖୁବ ଭାଇରଲ ହେବାରେ ଲାଗିଛି । ଏହି ନିକଟରେ ହିଁ କ୍ୟାଟ୍ରିନାଙ୍କ ଏକ ମଜାଦାର ଭିଡିଓ ଇଣ୍ଟରନେଟରେ ଯେମିତି ହଇଚଇ ସୃଷ୍ଟି କରିଛି । ପ୍ରକୃତରେ ଏହି ଭିଡି଼ଓ ଟିରେ କ୍ୟାଟ୍ରିନା ନିଜ ଭଉଣୀଙ୍କ ସହ ଖାଦ୍ୟ ପ୍ରସ୍ତୁତ କରୁଥିବା ନଜର ଆସିଛନ୍ତି ।

 

View this post on Instagram

 

We’re not sure what it is either …. we ll let u know when we do 🤔🍴🥣 #happyworldsiblingday

A post shared by Katrina Kaif (@katrinakaif) on

 

ଆଉ ସବୁଠୁ ମଜାଦାର ହେଉଛି ଭଉଣୀ ସହ ମିଶି ଏତେ ଉତ୍ସୁକତାର ଖାଦ୍ୟ ରାନ୍ଧୁଥିଲେ ସୁଦ୍ଧା, କ୍ୟାଟ୍ରିନା କିନ୍ତୁ ଜାଣି ନାହାନ୍ତିକି ସେ ପ୍ରକୃତରେ କଣ ପ୍ରସ୍ତୁତ କରୁଛନ୍ତି । ଭିଡିଓ ଟିର କ୍ୟାପ୍ସନରେ ସେ ଲେଖିଛନ୍ତିକି, “ଆମେ ନିଜେ ବି ଜାଣି ନାହୁଁ କଣ ପ୍ରସ୍ତୁତ କରୁଛୁ । ଖାଦ୍ୟ ରନ୍ଧା ସାରିଲେ କହିଦେବୁ କି, କଣ ରାନ୍ଧିଛୁ ବୋଲି ।” ଅଭିନେତ୍ରୀଙ୍କ ଏହି ଭିଡିଓ ଟିକୁ ତାଙ୍କ ଫ୍ୟାନ୍ସ ମାନେ ଖୁବ କମେଣ୍ଟ କରିବା ସହ ରନ୍ଧା ହେଉଥିବା ଖାଦ୍ୟକୁ ଚିହିଁବାକୁ ଚେଷ୍ଟା କରୁଛନ୍ତି ।

କ୍ୟାକ୍ଟ୍ରିନାଙ୍କ କ୍ୟାରିୟର ଉପରେ ଦୃଷ୍ଟି ପକାଇଲେ , ସେ ଏହା ପୂର୍ବରୁ ଭାଇଜାନ ସଲମାନଙ୍କ ସହ ଫିଲ୍ମ “ଭାରତ” ରେ ନଜର ଆସିଥିଲେ । 2019 ମସିହାରେ ରିଲିଜ ହୋଇଥିବା ଏହି ସିନେମା ଟିରେ କ୍ୟାଟ୍ରିନାଙ୍କ ଭୂମିକାକୁ ଖୁବ ପ୍ରଶଂସା କରାଯାଇଥିଲା । ଖୁବ ଶୀଘ୍ର ଏହି ଚୁଲବୁଲି ନାୟିକା ଅକ୍ଷୟ କୁମାରଙ୍କ ସହ ଫିଲ୍ମ “ସୂର୍ଯ୍ୟ ବଂଶୀ”ରେ ନଜର ଆସିବାକୁ ଯାଉଛନ୍ତି । ରୋହିତ ସେଟ୍ଟିଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିବା ଏହି ଫିଲ୍ମ ମାର୍ଚ୍ଚ 24 ତାରିଖରେ ରିଲିଜ କରିବାକୁ ଯୋଜନା ରଖାଜିଥିବା ବେଳେ କରୋନା ଭାଇରସ କାରଣରୁ ଏହାର ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.