Below header

ଲକଡାଉନ ନିୟମ ଭାଙ୍ଗି ମସଜିଦରେ ୨୫ ଜଣ ଲୋକ ନମାଜ ପଢିବାକୁ ହୋଥିଲେ ରୁଣ୍ଡ, ପୋଲିସ ଦ୍ୱାରା ୭ ଗିରଫ

ଗ୍ରେଟର ନୋଏଡାରେ କାରୋନା ଭାଇରସ କାରଣରୁ ଲାଗୁ ହୋଇଥିବା ୧୪୪ ଧାରାକୁ ଉଲଂଘନ କରି ନାମଜ ପଢିବାକୁ ଜମା ହୋଇଥିବା ୭ ଜଣ ଲୋକଙ୍କୁ ପୋଲିସ ଗିରଫ କରିଛି। ପୋଲିସ କହିବାନୁଯାୟୀ ଗ୍ରେଟର ନୋଏଡାର ଜାରଡା ଅଂଚଳରେ ଥିବା କାଲୋଣ୍ଡା ଗାଁରେ ୨୦ ରୁ ୨୫ ଜଣ ଲୋକ ମସଜିଦକୁ ନମାଜ ପଢିବା ପାଇଁ ରୁଣ୍ଡ ହୋଇଥିଲେ। ଯାହାକୁ ଦେଖି କେହି ପୋଲିସକୁ ଖବର ଦେଇଥିଲେ।

ପୋଲିସ ଘଟଣାସ୍ଥଳରେ ପହଂଚି ୭ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ ପ୍ରାୟ ୨୫ ଜଣ ଲୋକ ସେଠାରେ ଥିଲେ କିନ୍ତୁ ପୋଲିସ ଆସିବା ଖବର ପାଇବା ପରେ ଫେରାର ହୋଇଯାଇଥିଲେ। ତାଙ୍କ ମଧ୍ୟରୁ ଜଣେ ମୌଲାନା ମଧ୍ୟ ଥିଲେ ଯିଏକି ନମାଜ ପଢ଼ାଇଥାନ୍ତେ। ପୋଲିସ ଅଧିକାରୀ କହିଛନ୍ତି ଯେ ଗିରଫ ହୋଇଥିବା ଲୋକଙ୍କ ଉପରେ ଭାରତୀୟ ଦଣ୍ଡ ସଂହିତା ଧାରା ୧୮୮, ୨୬୮, ୨୭୦ ଦ୍ୱାରା ମାମଲା ରୁଜୁ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.