କୁକୁରକୁ ବୁଲେଇବାକୁ ନେଉଥିବା ବେଳେ ଖୁସି କପୁରଙ୍କ ଦ୍ୱାରା ହୋଇଗଲା ଏମିତି ଭୁଲ, ସୋସିଆଲ ମିଡିଆରେ କମେଣ୍ଟ କରୁଛନ୍ତି ଫ୍ୟାନ୍ସ

ଅଭିନେତା ବୋନି କପୁରଙ୍କ ଝିଅ ଖୁସି କପୁର ଯଦିଓ ବଲିଉଡରେ ପାଦ ଦେଇନାହାନ୍ତି, କିନ୍ତୁ ସେ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି। ନିକଟରେ ତାଙ୍କୁ ମୁମ୍ବାଇ ରାସ୍ତାରେ ନିଜ ପାଳିତ କୁକୁରକୁ ମର୍ଣ୍ଣିଙ୍ଗ ୱାକରେ ନେଇ ଯାଉଥିବାର ଦେଖିବାକୁ ମିଳିଛି। କିନ୍ତୁ ରାସ୍ତାରେ ଚାଲୁଥିବା ବେଳେ ଖୁସି ଏମିତି ଏକ ଭୁଲ କରି ଦେଇଥିଲେ, ଯାହାକୁ ନେଇ ସୋସିଆଲ ମିଡିଆରେ ଫ୍ୟାନମାନେ ତାଙ୍କୁ କମେଣ୍ଟ କରିବାରେ ଲାଗିଛନ୍ତି।

ଭିଡିଓଟି ମୁମ୍ବାଇର ଲୋଖଣ୍ଡୱାଲାର। ଯେତେବେଳେ ପାପାରାଜି ଖୁସିଙ୍କୁ ତାଙ୍କ କୁକୁରର ନାଁ ପଚାରୁଛନ୍ତି, ସେ କୁକୁରର ନାଁ ପାଣ୍ଡା ବୋଲି କହୁଛନ୍ତି। କିନ୍ତୁ ସେପଟେ ଖୁସି ଭୁଲରେ ରାସ୍ତାରେ କୁକୁର ମଳ ଉପରେ ଚଢ଼ି ଯାଉଥିବା ଦେଖିବାକୁ ମିଳୁଛି। ଏହାକୁ ନେଇ ସୋସିଆଲ ମିଡିଆରେ ଖୁବ ମଜା ନିଆଯାଉଛି।

ତେବେ ଏ ନେଇ ଜଣେ ୟୁଜର କହିଛନ୍ତି, ‘ମାଲ୍ୟାଙ୍କ କୁକୁର ଏହା କରିଥିଲା’। ଅନ୍ୟ ଜଣେ କହିଥିଲେ, ‘ମିଡିଆ ଆଡକୁ ଫୋକସ ଥିଲା, ମଳ ଉପରେ ଧ୍ୟାନ ଦେଇ ନ ଥିଲେ’। ସେହିପରି ଆଉ ଜଣେ କହିଥିଲେ କି, ‘ବ୍ରେକିଙ୍ଗ ନ୍ୟୁଜ ଖୁସି କପୁର କୁକୁର ମଳରେ ପାଦ ପକେଇ ଦେଇଛନ୍ତି’।

 

View this post on Instagram

 

A post shared by Voompla (@voompla)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.