କରୋନା ଭ୍ୟାକସିନର ଅଭାବକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନିଆଗଲା ବଡ଼ ନିଷ୍ପତ୍ତି, ଜାଣନ୍ତୁ

ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନିଆଯାଇଛି ଏକ ବଡ଼ ନିଷ୍ପତ୍ତି । ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସବୁ ରାଜ୍ୟରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ସମୟରେ ସରକାରଙ୍କ ପକ୍ଷରୁ ଅନେକ ନିୟମ ଲାଗୁ କରାଯାଉଛି । କରୋନା ସଂକ୍ରମଣ ବୃଦ୍ଧିର ମାତ୍ରା ଅଳ୍ପ ପରିମାଣରେ କମିଥିବା ବେଳେ ଏଥିରେ ମୃତ୍ୟୁଜନିତ ସଂଖ୍ୟା ବୃଦ୍ଧି ପାଉଛି । ଏହାସହ ଲୋକଙ୍କୁ ଭ୍ୟାକସିନ ଦେବା ପାଇଁ ମଧ୍ୟ ଅନେକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଅନେକ ସ୍ଥାନରେ ଏବେ ଭ୍ୟାକସିନର ଅଭାବ ଦେଖାଦେଲାଣି ।ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନୂଆ ନିର୍ଦ୍ଦେଶ ଜାରି କରିଛି । ଅପ୍ରେଲ ୨୫ରେ ଜାରି କରିଥିବା ଗାଇଡଲାଇନ ଏବେ ଜୁନ ଶେଷ ସପ୍ତାହ ପର୍ଯ୍ୟନ୍ତ ଲାଗୁ କରାଯାଇଛି । ଅର୍ଥାତ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିର୍ଦ୍ଦେଶିତ ଗାଇଡଲାଇନ ୩୦ ଜୁନ ପର୍ଯ୍ୟନ୍ତ ରହିବ । ଏହି ନିୟମରେ କୌଣସି ପରିବର୍ତ୍ତନ ହେବ ନାହିଁ ।

09
pc: News18

ରିପୋର୍ଟ ମୁତାବିକ ଏହାରି ମଧ୍ୟରେ ଭାରତରେ ୧୩୧ ଦିନ ମଧ୍ୟରେ ୨୦ କୋଟି ୨୬ଲକ୍ଷ ଲୋକଙ୍କୁ ଭ୍ୟାକସିନ ଦିଆସାରିଛି । ଯାହାକି ଅନ୍ୟ ଦେଶ ତୁଳନାରେ ବହୁତ କମ । ଏହାସହ ଆସନ୍ତା ଜୁନ ମାସରୁ ଲୋକଙ୍କୁ ସ୍ପୁଟନିକ–ଭି ଟିକା ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ଏହା ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଉପଲବ୍ଧି ହେବ । ଏହାସହ ଦେଶକୁ ଆହୁରି ୪ଟି ନୂଆ ଟିକା ଆସୁଛି । ଯାହାର ନାମ:

– ବାୟୋଲଜିକାଲ-ଇ
– ଜାଇଡସ କାଡିଲା
– ଭାରତ ବାୟୋଟେକ ନାସାଲ ଭ୍ୟାକସିନ
– ଜେନୋଭା କମ୍ପାନୀର ଭ୍ୟାକସିନ

ଦେଶରେ ଟିକା ଉତ୍ପାନଦକାରୀ ସଂସ୍ଥା ଭାରତ ବାୟୋଟେକ ଆଗକୁ କୋଭାକ୍ସିନ ୯୦ ଲକ୍ଷ ଡୋଜ ପରିବର୍ତ୍ତେ ୧୦ କୋଟି ଡୋଜ ଟିକାର ଉତ୍ପାଦନ କରିବ । ଏହାର ଉତ୍ପାଦନ ସେପ୍ଟେମ୍ବର- ଅକ୍ଟୋବର ମଧ୍ୟରେ ଶେଷ ହେବ । ଏହାସହ କୋଭିସିଲଡ ଉତ୍ପାଦନକାରୀ ସଂସ୍ଥା ସିରମ ଇନଷ୍ଟିୁଚ୍ୟୁଟ ୬କୋଟି ରୁ ୧୧ କୋଟି ଡୋଜ ପ୍ରସ୍ତୁତ କରିବ । ଶେଷରେ ଫାଇଜର ଉତ୍ପାଦନକରୀ ସଂସ୍ଥା ଆସନ୍ତା ଜୁଲାଇ ମାସରୁ ଟିକା ଦେବା ପାଇଁ ଯୋଜନା ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.