ଅଭିନେତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା, ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ କରୁଥିବା ଏହି ଅଭିନେତ୍ରୀ କେତେ ପଢ଼ିଛନ୍ତି ଜାଣନ୍ତି କି ?

ବଲିଉଡ ଭଳି ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯିଏ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ କରନ୍ତି । ଏହି ଅଭିନେତ୍ରୀମାନେ ନିଜର ଟାଲେଣ୍ଟ ବଳରେ ଏତେ ଉଚ୍ଚ ସ୍ଥାନରେ ପହଞ୍ଚି ପାରିଛନ୍ତି । ଛୋଟ ସହରରୁ ଆସି ଇଣ୍ଡଷ୍ଟ୍ରିଜରେ ନିଜର ଅଲଗା ପରିଚୟ ବନାଇ ପାରିଛନ୍ତି । ହେଲେ ଆପଣ କ’ଣ ଜାଣନ୍ତି କି ଭୋଜପୁରୀର ଏହି ଅଭିନେତ୍ରୀମାନେ କେତେ ପଢ଼ିଛନ୍ତି । ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ।

ଆମ୍ରପାଲି ଦୁବେ :

ଆମ୍ରପାଲି ଦୁବେଙ୍କ ଜନ୍ମ ୧୧ ଜାନୁଆରୀ ୧୯୮୭ ମସିହାରେ ଉତ୍ତର ପ୍ରଦେଶ ଗୋରଖପୁରରେ ହୋଇଥିଲା । ପରେ ସେ ମୁମ୍ବାଇ କଲେଜରୁ ଗ୍ରାଜୁଏଟ କରି ଫିଲ୍ମ ପାଇଁ ଅଡିସନ ଦେଇଥିଲେ । ସେ ଫିଲ୍ମ ‘ନିରହୁଆ ହିନ୍ଦୁସ୍ତାନୀ’ ରୁ ନିଜର ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ ।

କାଜଲ ରାଘବାନୀ :

କାଜଲ ରାଘବାନୀ ନିଜର ପଢ଼ା ତେଘରାରେ କରିଥିଲେ । ସେ ପାଟନା ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏଟ ଡିଗ୍ରୀ କରିଥିଲେ । କାଜଲ ରାଘବାନୀ ୧୧ ବର୍ଷ ବୟସରେ ମରାଠି ଫିଲ୍ମରେ ମଧ୍ୟ କାମ କରିଥିଲେ ।

ରାନୀ ଚାଟାର୍ଜୀ :

ରାନୀ ଭୋଜପୁରୀ ଫିଲ୍ମର ଜଣାଶୁଣା ଅଭିନେତ୍ରୀ । ସେ ୨୦୦୩ ମସିହାରେ ଫିଲ୍ମ ‘ମସୁରା ବଡ଼ା ପୈସା ବାଲା’ ରେ ଭୋଜପୁରୀ ଫିଲ୍ମରେ ଡେବ୍ୟୁ କରିଥିଲେ । ରାନୀ ତାଙ୍କର ସ୍ନାତକ ଶିକ୍ଷା ମୁମ୍ବାଇ ର ଏକ କଲେଜରେ ଆରମ୍ଭ କରିଥିଲେ ।

ମୋନାଲିସା :

ମୋନାଲିସାଙ୍କ ଜନ୍ମ ୨୧ ଅକ୍ଟୋବର ୧୯୮୨ରେ ପାଟନାରେ ହୋଇଥିଲା । ତାଙ୍କର ପ୍ରକୃତ ନାମ ଅନ୍ତରା ବିଶ୍ୱାସ । ମୋନାଲିସା ତାଙ୍କର ସ୍ନାତକ ଶିକ୍ଷା କୋଲକାତାରେ କରିଥିଲେ । ସେ ଭୋଜପୁରୀ ଫିଲ୍ମ ବ୍ୟତୀତ ହିନ୍ଦୀ, ବଂଗାଳୀ, ଓଡ଼ିଆ ସମେତ ବହୁ ଦକ୍ଷିଣ ଭାରତୀୟ ଫିଲ୍ମରେ କରିଛନ୍ତି ।

ଅକ୍ଷରା ସିଂହ :

ଅକ୍ଷରା ସିଂହଙ୍କ ଜନ୍ମ ୩୦ ଅଗଷ୍ଟ ୧୯୯୩ ରେ ହୋଇଥିଲା । ସେ ପାଟନାରେ ରହୁଥିବା ବେଳେ ୨୦୧୧ ରେ ଭୋଜପୁରୀ ଫିଲ୍ମରେ କ୍ୟାରିଅର ଆରମ୍ଭ କରିଥିଲେ । ତାଙ୍କର ବାପା-ମା’ ଓ ଭୋଜପୁରୀ ଇଣ୍ଡଷ୍ଟ୍ରିଜରେ ମଧ୍ୟ କାମ କରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.