ବିଗ ବି’ଙ୍କୁ ଭେଟିଲେ ‘ଏ ବି’, ଜାଣନ୍ତୁ କିଏ ‘Kaun Banega Crorepati season 12’ର ପ୍ରଥମ ପ୍ରତିଯୋଗୀ?

ଏକ ଘରୋଇ ଟିଭି ଚ୍ୟାନେଲରେ ପ୍ରସାରିତ କ୍ୱିଜ ଶୋ’ ‘କୌନ ବନେଗା କରୋଡପତି’ରେ ସବୁବେଳେ ମହାନାୟକ ଅମିତାଭ ବଚ୍ଚନ ଓ ତାଙ୍କ ସାମ୍ନାରେ ବସିଥିବା ପ୍ରତିଯୋଗୀଙ୍କ ମଧ୍ୟରେ ବର୍ତ୍ତାଳାପ ଚର୍ଚ୍ଚାର ବିଷୟ ହୋଇଥାଏ। ଦର୍ଶକମାନେ ଏହାର ଖୁବ ମଜା ନେଇଥାନ୍ତି। ଏଥର ‘ସିଜନ ୧୨’ର ପ୍ରଥମ ପ୍ରତିଯୋଗୀ ଅବନ୍ତି ହେବେ। Fastest Finger First ରାଉଣ୍ଡ ପରେ ଏଥର ଅମିତାଭଙ୍କ ସାମ୍ନାରେ ବସିବେ ଅବନ୍ତି, ଯାହାଙ୍କୁ ବିଗ ବି ତାଙ୍କ ନାଁର ଅର୍ଥ ପଚାରୁଥିବାର ଦେଖିବାକୁ ମିଳିବେ। ତେବେ ଏହି ପ୍ରଶ୍ନରେ ଅବନ୍ତିଙ୍କ ଉତ୍ତର ଖୁବ ମଜାଦାର।

iu

ଆପଣ ବି ‘ଏ ବି’, ମୁଁ ବି ‘ଏ ବି’

ବିଗ ବିଙ୍କ ପ୍ରଶ୍ନରେ ଅବନ୍ତି କହିଥିଲେ, ‘ଜାଣିନି, କାହିଁକି ମୋ ମାତା, ପିତା ଏହି ନାଁ ରଖିଛନ୍ତି। ମୋ ଦାଦୀଙ୍କ ନାଁ ସୁକାନ୍ତି, ତାଙ୍କ ପରେ ଜୟନ୍ତୀ, ଏହାପରେ ମୁଁ ଅବନ୍ତି’। ଅବନ୍ତିଙ୍କ ଏହି ଉତ୍ତରରେ ଅମିତାଭ ହସି ହସି ପଚାରିଥିଲେ, ‘ଆପଣଙ୍କୁ ପସନ୍ଦ ଏହି ନାଁ ?’ ଅବନ୍ତି କହିଥିଲେ, ‘ଅଧିକ ପସନ୍ଦ, ଯେତେବେଳେ ମୋ ସାଙ୍ଗମାନେ ମୋତେ ଏ ବି ଡାକନ୍ତି’। ଅବନ୍ତିଙ୍କ କଥା ଶୁଣି ଅମିତାଭ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତା’ ପରେ ସେ ତାଙ୍କୁ କହିଥିଲେ, ‘ଆପଣ ବି ‘ଏ ବି’, ମୁଁ ବି ‘ଏ ବି’।

kkb

KBC 12ରେ ହୋଇଛି ଏହି ପରିବର୍ତ୍ତନ

ଏଠାରେ ଶୋ’ର ମୂଳ ସ୍ୱରୂପ ସେହିଭଳି ରହିବ। ବର୍ତ୍ତମାନ ପରିସ୍ଥିତିକୁ ନଜରରେ ରଖି KBC 12ରେ କିଛି ପରିବର୍ତ୍ତନ କରାଯାଇଛି। କୋଭିଡ-୧୯କୁ ନେଇ ଦିଆଯାଇଥିବା ନିର୍ଦ୍ଦେଶ ଏବଂ ନିୟମ ଅନୁସାରେ ଷ୍ଟୁଡିଓରେ ଦର୍ଶକ ଉପସ୍ଥିତ ରହିବେ ନାହିଁ, ଯାହାକି ୨୦ ବର୍ଷରେ ପ୍ରଥମ ଥର ହେବାକୁ ଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.