କରନ୍ ଜୋହରଙ୍କ ଶୋ’ କଫି ଓ୍ଵିଥ୍ କରନ୍ ଖୁବ୍ ଲୋକପ୍ରିୟତା ହାସଲ କରିଛି। ଏହା ଦେଶର ଏକ ଲୋକପ୍ରିୟ ଚାଟ୍ ଶୋ’। ଏହି ଶୋ’ ଅନେକ ସେଲିବ୍ରିଟିଙ୍କ ଗୁମର ଖୋଲିଛି। ଏଣୁ ଶୋ’କୁ ଦର୍ଶକଙ୍କର ଭରପୂର ଭଲ ପାଇବା ମିଳିଛି। ତେବେ ପୁଣିଥରେ ଧୁମ୍ ମଚାଇବାକୁ ଆସୁଛି କଫି ଓ୍ଵିଥ୍ କରନ୍। ଶୋ’ର ୭ମ ସିଜନ୍କୁ ନେଇ ପ୍ରସ୍ତୁତି ବି ଆରମ୍ଭ ହୋଇଗଲାଣି। ଏହି ଶୋ’ରେ ଆସିବାକୁ ଥିବା ଅତିଥିଙ୍କ ତାଲିକା ବି ତିଆରି ସରିଲାଣି। ତେବେ ଏହି ଅତିଥିଙ୍କ ତାଲିକା ଏବେ ସାମ୍ନାକୁ ଆସିଛି।
ଏକ ରିପୋର୍ଟ ମୁତାବକ, କରନ୍ ଜୋହର ଏବେ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଫିଲ୍ମର ସବୁ କାମ ମେ’ ମାସରେ ସରିବ। ଫିଲ୍ମ ସିଡ୍ୟୁଲରୁ ସେ ଫ୍ରି ହେବା ପରେ ନିଜ ଚାଟ୍ ଶୋ’ରେ କାମ କରିବେ ଓ ଏହାର ସୁଟିଂ ମଧ୍ୟ ଆରମ୍ଭ ହେବ।
View this post on Instagram
କଫି ଓ୍ଵିଥ୍ କରନ୍ ଶୋ’କୁ ନେଇ ସମ୍ପୂର୍ଣ୍ଣ ପ୍ଲାନ୍ ବି ପ୍ରସ୍ତୁତ ହୋଇଛି। ଏବେ ଏହାର ପ୍ରଡକ୍ସନ୍ ଉପରେ କାମ ଚାଲିଛି। ମେ’ରେ ସୁଟିଂ ଆରମ୍ଭ ହେବ। ଏଥିପାଇଁ ଟିମ୍ ପକ୍ଷରୁ ପ୍ରସ୍ତୁତି ଚାଲିଛି।
କଫି ଓ୍ଵିଥ୍ କରନ୍ ୭ ଜୁନ୍ ମାସରେ ଟିଭିରେ ଟେଲିକାଷ୍ଟ ହେବ। ଏହି ଶୋ’ ଷ୍ଟାର ନେଟ୍ଓ୍ଵାର୍କରେ ଆସିବ। ସବୁଥର ଭଳି ଏଥରକ ବି ଶୋ’ରେ ଅନେକ ସେଲିବ୍ରିଟି ଆସିବେ। ଏହି ଶୋ’ରେ ଅକ୍ଷୟ କୁମାର, ବରୁଣ ଧଓ୍ଵନ୍, ସିଦ୍ଧାର୍ଥ ମାଲହୋତ୍ରା, ନୀତୁ କପୁର, ଅନୀଲ କପୁର, କିଆରା ଆଡଭାନୀଙ୍କ ସମେତ ଅନେକ ସେଲିବ୍ରିଟି ଆସିବେ। ରଶ୍ମିକା ମନ୍ଦାନା ବି ଶୋ’ରେ ଡେବ୍ୟୁ କରିପାରନ୍ତି। ନବ ବିବାହିତା ଯୋଡ଼ି ରଣବୀର କପୁର ଓ ଆଲିଆ ଭଟ୍ଟ କଫି ଓ୍ଵିଥ୍ କରନ୍ ସିଜନ୍ ୭ରେ ପ୍ରଥମ ଥର ପାଇଁ କପଲ ଭାବେ ଅନ୍ ସ୍କ୍ରିନ୍ରେ ଉପସ୍ଥିତ ହୋଇପାରନ୍ତି। ତେବେ ଏ ନେଇ ଅଫିସିଆଲି କୌଣସି ସୂଚନା ମିଳିପାରିନାହିଁ।
କରନ୍ଙ୍କର ଏହି ଶୋ’ରେ ସେଲିବ୍ରିଟିମାନେ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଖୁଲାସା କରିଥାନ୍ତି। ସେମାନଙ୍କ ପ୍ରେମ ଜୀବନୀ, ରିଲେସନ୍ସିପ୍, ଗାର୍ଲଫ୍ରେଣ୍ଡ, ପସନ୍ଦ-ନାପସନ୍ଦ, ପ୍ରିୟ ଅଭିନେତା-ଅଭିନେତ୍ରୀ ଆଦି ବିଷୟରେ ମନ ଖୋଲା ଗପସପ କରିଥାନ୍ତି। କିଛି କାରଣ ଯୋଗୁ କଫ ଓ୍ଵିଥ୍ କରନ୍ ବିବାଦ ମଧ୍ୟକୁ ଚାଲିଯାଇଥିଲା। କିନ୍ତୁ ଏବେ ବି ସେଲିବ୍ରିଟିଙ୍କର ଏହି ଶୋ’ ପ୍ରତି ଭଲ ପାଇବା ଜାରି ରହିଛି।
Also Read: କଟିପାରେ ଲାଇନ୍! ସାରା ଦେଶର ସମସ୍ତ ଥର୍ମାଲ ପାଓ୍ଵାର ପ୍ଲାଣ୍ଟରେ ଭୟଙ୍କର କୋଇଲା ସଙ୍କଟ, ଉତ୍ପାଦନ ହେଉଛି ବିଦ୍ୟୁତ୍