Below header

ବିକ୍କୀଙ୍କୁ ନେଇ ପୋଜେସିଭ ହେଲେ କ୍ୟାଟ୍ରିନା, ଅନ୍ୟ କାହା ସହ ଅନ୍ତରଙ୍ଗ ଦୃଶ୍ୟ କରିବାକୁ କଲେ ମନା

କ୍ୟାଟ୍ରିନା କେଫ ଓ ବିକ୍କୀ କୌଶଳଙ୍କ ସମ୍ପର୍କକୁ ନେଇ ଦୀର୍ଘ ସମୟ ହେବ ଚର୍ଚ୍ଚା ଜୋର ଧରିଛି । ଦୁହେଁ ଏକାଠି ଏକା ସାଥିରେ ଅନେକ ସମୟ ବିତାଉ ଥିବାର ମଧ୍ୟ ନଜର ଆସିଛନ୍ତି । କିନ୍ତୁ ଏଯାବତ କ୍ୟାଟ୍ରିନା ଅଫିସିଆଲ ଭାବରେ କୌଣସି ଘୋଷଣା କରିନାହାନ୍ତି । ଅବଶ୍ୟ ବି ଟାଉନରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଖୁବଶୀଘ୍ର ସେମାନେ ନିଜ ସମ୍ପର୍କ ବାବଦରେ ସୋସିଆଲ ମିଡିଆରେ ଜଣାଇବେ ବୋଲି ବିଶେଷ ସୂତ୍ରରୁ ଜଣାଯାଇଛି ।

“ଟାଇମସ ଅଫ ଇଣ୍ଡିଆ” ରେ ପ୍ରକାଶିତ ହୋଇଥିବା ଏକ ରିପୋର୍ଟ ମୁତାବକ, ସେପଟେ ବିକ୍କୀଙ୍କ ପିତା ତାଙ୍କୁ କଡ଼ା ଚେତାବନି ଦେଇଛନ୍ତିକି, କ୍ୟାରିୟର ମଝିରେ ସେମିତି କୌଣସି ବଡ଼ ନିଷ୍ପତ୍ତି ନ ନେବା ପାଇଁ । ବିକିଙ୍କ ବାପା ବିଲକୁଲ ବି ଚାହୁଁନାହାନ୍ତିକି ତାଙ୍କ ପୁଅ କେବଳ ରୋମାନ୍ସକୁ ନେଇ ଚର୍ଚ୍ଚାରେ ରୁହନ୍ତୁ ବୋଲି । ଶୁଣିବାକୁ ମିଳୁଛିକି ସେପଟେ ବିକ୍କୀଙ୍କ ସହ ଏବେ ଅନ୍ତରଙ୍ଗରେ ଥିବା କ୍ୟାଟ୍ରିନା ଜମା ଚାହୁଁନାହାନ୍ତିକି ବିକ୍କୀ ଅନ୍ୟ କୌଣସି ହିରୋଇନଙ୍କ ସହ ଅନ୍ତରଙ୍ଗ ସିନ କରନ୍ତୁ ବୋଲି ।

କହିରଖିବା ଉଚିତ ହେବକି, ବିକ୍କୀଙ୍କ ଠାରୁ କ୍ୟାଟ୍ରିନା ବୟସରେ ୪ ବର୍ଷ ବଡ । କ୍ୟାଟ୍ରିନା ପୂର୍ବରୁ ବିକ୍କୀ କୌଶଳ ବ୍ରୋକନ ବଟ ବ୍ୟୁଟିଫୁଲ ଫେମ ହରଲୀନ ସେଠିଙ୍କ ସହ ରିଲେସନସିପରେ ଥିଲେ । ଆଉ ସେହି ସମୟରେ କ୍ୟାଟ୍ରିନା ରଣବୀର କପୁରଙ୍କ ସହ ଡେଟ କରୁଥିଲେ । ରଣବୀରଙ୍କ ସହ ବ୍ରେକ ଅପ ହେବା ପରେ କ୍ୟାଟ୍ରିନା ଅନେକ ଦିନ ଧରି ସିଙ୍ଗଲ ଥିଲେ । ଆଉ ପରେ ତାଙ୍କ ଜୀବନକୁ ଆସିଥିଲେ ବିକ୍କୀ । କ୍ୟାଟ୍ରିନାଙ୍କ ଅଭିନୀତ ସୂର୍ଯ୍ୟବଂଶୀ ରିଲିଜ ହେବାକୁ ଥିବା ବେଳେ କରୋନା କାରଣରୁ ଏହାକୁ କରାଯାଇ ପାରିନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.