ଖରାଦିନେ ପ୍ରଚୁର ପରିମାଣରେ ଖାଆନ୍ତୁ ଜାମୁ କୋଳି, ଦୂର ହେବ ଅସାଧ୍ୟ ରୋଗ

ପ୍ରାୟ ସବୁ ଫଳରେ କିଛି ନା କିଛି ଔଷଧୀୟ ଗୁଣ ଭରି ରହିଛି, ଯାହା ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ଶରୀର ପାଇଁ ମଧ୍ୟ ହିତକର ହୋଇଥାଏ। ସେଭଳି ଔଷଧୀୟ ଗୁଣରେ ଭରପୂର ଏକ ଫଳ ହେଉଛି ଜାମୁ କୋଳି। ଆୟୁର୍ବେଦିକରେ ଜାମୁକୋଳିକୁ ବହୁ ରୋଗ ପାଇଁ ବ୍ୟବହାର କରାଯାଇଥାଏ। ତେବେ ଆସନ୍ତୁ ଜାଣିବା ଖରାଦିନେ ଜାମୁକୋଳି ଖାଇବାର ଫାଇଦା ସମ୍ପର୍କରେ…

  • ଜାମୁ କୋଳି ରକ୍ତକୁ ପରିଷ୍କାର କରିଦିଏ। ଏଣୁ ଏହାକୁ ଖାଇବା ଦ୍ୱାରା ତ୍ୱଚା ଦାଗମୁକ୍ତ ରହେ।
  • ଏଥିସହ ଜାମୁ ରସ ଆଖି ରୋଗ ମଧ୍ୟ ଦୂର କରେ।
  • ଦାନ୍ତ ପାଇଁ ମଧ୍ୟ ଏହା ବେଶ ଦରକାରୀ। ଜାମୁକୋଳି ପତ୍ରକୁ ପୋଡ଼ି ସେହି ପାଉଁଶକୁ ଦାନ୍ତ ଓ ମାଢିରେ ଘଷିଲେ ଦାନ୍ତ ମଜଭୁତ ହୁଏ।
  • ଜାମୁ ରସରେ ୨ ଚାମଚ ମହୁ ମିଶାଇ ପିଇଲେ ଜଣ୍ଡିସ ଭଲ ହୁଏ। ଏହା ଦ୍ୱାରା ରକ୍ତ ଅଭାବ ମଧ୍ୟ ଦୂର ହୁଏ।
  • ଛୋଟ କିଡନୀ ଷ୍ଟୋନ୍ ହୋଇଥିଲେ ଜାମୁ କୋଳି ଖାଆନ୍ତୁ। ଏଥିପାଇଁ ୧୦ ମିଲି ଜାମୁ ରସରେ ୨୫୦ ମିଲିଗ୍ରାମ ସୈନ୍ଧବ ଲୁଣ ମିଶାଇ ଦିନକୁ ୨-୩ ଥର ପିଅନ୍ତୁ। ପରିସ୍ରାରେ ପଥରୀ ବାହାରିଯିବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.